ସୋର ରେଳ ଷ୍ଟେସନ ରୁ ୨୭ ଛାତ୍ର ଛାତ୍ରୀ ଉଦ୍ଧାର
ସୋର,(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ରେଳ ଷ୍ଟେସନରୁ ଅନୁଗୁଳ ଅଭିମୁଖେ ଯାଉଥିବା ୨୭ ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛି ରେଳବାଇ ପୁଲିସ। ସୂଚନା ଅନୁସାରେ ଆଜି ସଂଧ୍ୟାରେ କପ୍ତିପଦା ଅଞ୍ଚଳରୁ ଏକ ବସରେ ୨୭ ଜଣ ଛାତ୍ରଛାତ୍ରୀଙ୍କୁ ସେହି ଅଞ୍ଚଳର ଜଣେ ଯୁବକ ନେଇ ସୋର ବସଷ୍ଟାଷଣ୍ଡକୁ ଆସିଥିଲେ। ସେଠାରୁ ଟ୍ରେନ ଯୋଗେ ଉକ୍ତ ଛାତ୍ରଛାତ୍ରୀଙ୍କୁ ଅନୁଗୁଳ ଅଭିମୁଖେ ନେବାକୁ ଷ୍ଟେସନରେ ବସିଥିବା ବେଳେ ରେଳବାଇ ପୁଲିସ ପକ୍ଷରୁ ସେମାନଙ୍କ ପରିଚୟ ଯାଞ୍ଚ କରିଥିଲେ। ପରେ କୌଣସି ବିନା କାଗଜପତ୍ରରେ ସେମାନଙ୍କୁ ନିଆଯାଉଥିବାରୁ ସମସ୍ତଙ୍କୁ ଅଟକ ରଖାଯିବା ସହିତ ପଚରାଉଚୁରା କରାଯିବା ପରେ ଧର୍ମାନ୍ତିକରଣ ପାଇଁ ନିଆଯାଉଥିବା ଜଣାପଡିଥିଲା। ଖବର ପାଇ ବାଲେଶ୍ୱର ଚାଇଲ୍ଡ ହେଲ୍ପଲାଇନର ସଦସ୍ୟ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବାଲେଶ୍ୱର ଅଭିମୁଖେ ନେଇଥିବା ଜଣାପଡିଛି। ପିଲାମାନଙ୍କୁ ନେଉଥିବା ବ୍ୟକ୍ତିଙ୍କୁ ଅଟକ ରଖି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
