
କୋଟପାଡ଼ ବାର ଆସସେସୀୟନ ଆନୁକୂଲ୍ୟରେ ଲିଗାଲ ସେମିନାର କାର୍ଯ୍ୟକ୍ରମ ଅନୁଷ୍ଠିତ
କୋଟପାଡ଼
କୋଟପାଡ଼ ବାର ଆସସେସୀୟନ ପକ୍ଷରୁ ବଣ୍ଡଗୁଡା ସ୍ଥିତ ପଟେଲ ହୋଲ ଠାରେ ଅକିଲ ମାନଙ୍କ ଲିଗାଲ ସେମିନାର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା,ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଵକ୍ତା ଭାବରେ ଓଡିଶା ହାଇକୋର୍ଟ ବିଚାରପତି ଶଶୀକାନ୍ତ ମିଶ୍ର,ସନ୍ନମାନିତ ଅତିଥି ଭାବରେ ହାଇକୋର୍ଟ ବିଚାରପତି ଶିବ ଶଙ୍କର ମିଶ୍ର, ସନ୍ନମାନୀତ ଅତିଥି ଭାବରେ ଅଧ୍ୟକ୍ଷ ସୀତାଂଶୁ ମୋହନ ଦିୱେଦି,ଓଡିଶା ହାଇ କୋର୍ଟର କଟକ ସଦସ୍ୟ ପି. ରମେଶ ପାତ୍ର ପ୍ରମୁଖ ମଞ୍ଚ ବିରାଜମାନ ଥିଲେ, ଆଜିର ପ୍ରଥମଥର ହେଉଥିବା ଏହି ଲିଗାଲ ସେମିନାର କାର୍ଯ୍ୟକ୍ରମରେ କୋଟପାଡ଼ ବାର ଆସସେସୀୟନର ସଭାପତି ମଣି ପ୍ରସାଦ ପଟ୍ଟନାୟକ ସୁନ୍ଦର ପରିଚାଳନା କରିବା ସହିତ କୋଟପାଡ଼ ବାର ଆସସେସୀୟନର ସମସ୍ତ ଅକିଲ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ, କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ଠାରେ ପୁଷ୍ପାଞ୍ଜଳୀ ଓ ଦ୍ୱୀପ ଦାନ ସହିତ ଆରମ୍ଭ କରାଯାଇଥିଲା,ବିଶେଷ କରି ଏହି ସୁନ୍ଦର କାର୍ଯ୍ୟକ୍ରମରେ ନବରଙ୍ଗପୁର, ବୋରିଗୁମ୍ମା, ଜୟପୁର,କୋରାପୁଟ, ମାଲକାନଗିରି,ରାୟଗଡାର ସମସ୍ତ ଅକିଲ ବନ୍ଧୁ ମାନେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ ସହିତ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ,କୋଟପାଡ଼ ବାର ଆସସେସୀୟନର ବରିଷ୍ଠ ଓ ଯୁବ ଓକିଲ ବନ୍ଧୁ ମାନେ ପ୍ରାୟ ଏକ ସପ୍ତାହ ହେବ ଅକ୍ଲାନ୍ତ ପରିଶ୍ରମ ସହିତ ସମସ୍ତ କାର୍ଯ୍ୟରେ ସହଯୋଗ ଏହି କାର୍ଯ୍ୟକ୍ରମ ସାଫଲ୍ୟ ହୋଇଥିବାର ଦେଖବାକୁ ମିଳିଥିଲା,ଆଜିର ଏହି କାର୍ଯ୍ୟକ୍ରମରେ କୋଟପାଡ଼ ଏନ.ଏ.ସି ଅଧ୍ୟକ୍ଷ ଏମ ଶଙ୍କର ରାଓ, ଥାନା ଅଧକାରୀ ପର୍ମାନନ୍ଦ ସୁନାନୀଙ୍କ ସହ ସମସ୍ତ ପୋଲିସ ବିଭାଗ, ତହସିଲଦାର ନୀଳକଣ୍ଠ ନାଇଡ଼ୁ ଓ କୋଟପାଡ଼ ଭାରତ ମିଡ଼ିଆ ଆସସେସିୟନ ର ସମସ୍ତ ମିଡ଼ିଆ ବନ୍ଧୁ ମାନଙ୍କ ସହିତ ସମସ୍ତ ମାନ୍ୟଗଣ ସଦସ୍ୟ ମାନେ ଉପସ୍ଥିତ ଥିଲେ,ପରିଶେଷରେ ସମ୍ପାଦକ ମୁକ୍ତେଶ୍ଵର ନାୟକ ବୈଠକକୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭାସଙ୍ଗ କରିଥିଲେ