ଝିଲି ପିରେଇଙ୍କୁ ଆବାସ ଯୋଜନା ସାତସପନ
ତାରିଖ ୧୪/୫/୨୬
ସ୍ଥାନ ଢେଙ୍କାନାଳ
ରିପୋର୍ଟ ଗୋକୁଳାନନ୍ଦ ବେହେରା (ନିପ୍ର)କଂଗ୍ରେସ ସରକାର ସମୟରେ ଇନ୍ଦିରା ଆବାସ ଯୋଜନା ତିଆରି କରି ଗରିବ ଲୋକଙ୍କୁ ରହିବା ପାଇଁ ଗୃହ ପ୍ରଦାନ କରାଯାଇଥିବା ବେଳେ ବିଜେପି ସରକାର କାଳରେ ତାକୁ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତିଆରି କରାଗଲା। ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ କି ୨୦୨୧ ସୁଦ୍ଧା ଅନେକ ହିତାଧିକାରୀ ମାନଙ୍କୁ ପକ୍କା ଘରର ସୁବ୍ୟବସ୍ଥା କରାଯିବ ଏବଂ କେହି ମଧ୍ୟ ଦୟନୀୟ ଅବସ୍ଥାରେ ରହିବେ ନାହିଁ। ହେଲେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଅନେକ ଗୁଡ଼ିଏ ଗରିବ ପରିବାର ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଏମିତି ଏକ ହୃଦୟ ବିହୀନ ଦୃଶ୍ୟ ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ ଗୋବିନ୍ଦପ୍ରସାଦ ଗ୍ରାମରେ। ଏହି ଗାଁରେ ଭଙ୍ଗା କୁଡିଆରେ ବାସକରୁଛନ୍ତି ଝିଲି ପିରେଇ । ଝିଲିଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଛୋଟ ଝିଅ ଅଛନ୍ତି। ସ୍ବାମୀ ସ୍ୱର୍ଗତଃ ପ୍ରଶାନ୍ତ ପିରେଇ ଆଜିକୁ ୧୧ ବର୍ଷ ହେବ ତାଙ୍କୁ ଛାଡି ଆରପାରିକୁ ଚାଲି ଯାଇ ଥିବାବେଳେ କେବଳ ବିଧବା ଭତା ଓ ରାସନ୍ କାର୍ଡରେ ୧୦ କେଜି ଚାଉଳ ମିଳୁଛି। ହେଲେ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ତାଙ୍କୁ ମିଳିପାରିନାହିଁ ଆବାସ ଘର । ଏହି ଭଙ୍ଗା କୁଡିଆରେ ବାସ କରୁଥିବା ବିଧବା ମହିଳା ଆବାସ ଯୋଜନା ପାଇଁ ସ୍ୱପ୍ନ ଦେଖିଥିଲା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ଏବଂ ଅନ୍ତୋଦୟ ଚାଉଳ ପାଇବା ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ହେଲେ ଏହି ବିଧବା ମହିଳାଙ୍କ ଉପରେ ବ୍ଳକ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁଛି କି ନାହିଁ। ତାହା ଦେଖିବାକୁ ବାକି ରହିଲା।
