ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ଼
ବନ୍ତ /ଆଗରପଡ଼ା,(ନିପ୍ର) ଆଗରପଡ଼ା ରେ ୩ଟି ପେଟ୍ରୋଲ ପମ୍ପରେ ତେଲ ପାଇବା ପାଇଁ ବର୍ତ୍ତମାନ ଅସମ୍ଭାଳ ଭିଡ଼ ହେଉଥିବାର ଦେଖିବାକୁ ମିଳିଛି । ବାଇକ ଚାଳକ ମାନଙ୍କୁ ଗୋଟିଏ ଲିଟରରୁ ଅଧିକ ପେଟ୍ରୋଲ ମିଳୁନାହିଁ । ଚାରିଚକିଆ ଯାନକୁ ୨/୩ ଲିଟର ଡିଜେଲ ମିଳୁଛି । ତେଲ ପାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି । ତେଲ ସଂକଟ ଦେଶରେ ଦେଖା ହେବାର ସମ୍ଭାବନା ଅଛି ବୋଲି ପ୍ରଚାର ହେବା ପରେ ପମ୍ପ ମାଲିକମାନେ ଜାଣିଶୁଣି ଅଧିକ ତେଲ ଦେଉ ନାହାଁନ୍ତି ବୋଲି ଅଭିଯୋଗ ହେଉଛି। ଏଥିନେଇ ପ୍ରବଳ ଜନ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଗାଡ଼ି ମାଲିକମାନେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
