ଓଡିଶା ଡ୍ରାଇଭର ମହାସଂଘ ର ସଭାପତି ପ୍ରଶାନ୍ତ ମେଣ୍ଡୁଳି କୁ ଅବଗତ କରାଇଲା ଗଞ୍ଜାମ ପିକଅପ ଓନର୍ସ ସଭାପତି।
ବ୍ରହ୍ମପୁର -ସ୍ଥାନୀୟ ଗୋପାଳପୁର ଓଭର ବ୍ରିଜ ନିକଟରେ ଥିବା ରଶ୍ମି ଅଟୋ ଉଦ୍ୟୋଗ ପ୍ରାଇଭେଟ ଲିମିଟେଡ଼ ଶୋରୁମ ରୁ ଗଞ୍ଜାମ ଜିଲ୍ଲା ପିକଅପ ଓନର୍ସ ଆସୋସିଏସନ ର ସଭାପତି ତ୍ରିପତି ମାଦଳା ଗାଡି କିଣି ଓଡିଶା ଡ୍ରାଇଭର ମହାସଂଘ ର ଜଣେ ଡ୍ରାଇଭର ଙ୍କୁ ମେ ୩ତାରିଖରେ ହସ୍ତାନ୍ତର କରିଥିଲେ।କିନ୍ତୁ ଡ୍ରାଇଭର ଜଣକ ଗାଡି ନେଇ ଫେରାର ହୋଇଯାଇଥିଲେ। ମେ ୧୨ତାରିଖ ପର୍ଯ୍ୟନ୍ତ ତ୍ରିପତି ମାଦଳା ତାଙ୍କୁ ଫୋନ କରୁଥିଲେ କିନ୍ତୁ ସେ ମୋବାଇଲ ସ୍ବିଚ ଅଫ ରଖିଥିଲେ। ଏହି ଖବର ସଙ୍ଘର ସଦସ୍ୟ ଦୀପକ ସାହୁଙ୍କୁ ଅବଗତ କରାଇଥିଲେ। ଗୋଳନ୍ଥରା ଥାନା ର ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ଶ୍ରୀ ସାହୁ ଅବଗତ କରାଇବା ପରେ ପୋଲିସ ର ସହାୟତା କ୍ରମେ ଟ୍ରାକ କରି ଗାଡିକୁ ଜବତ କରି ମାଲିକ ଙ୍କୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ବିଭାଗର ଏହିପରି ସହାୟତା ପାଇଁ ପିକଅପ ଓନର୍ସ ଆସୋସିଏସନ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଡ୍ରାଇଭର ମହାସଂଘ ରେ ଏହିପରି ଡ୍ରାଇଭର ମାନଙ୍କୁ ନରଖିବା ଏବଂ ପ୍ରତ୍ୟେକ ଡ୍ରାଇଭର ମାନଙ୍କ ସଠିକ ତଥ୍ୟ ରଖି ସେମାନଙ୍କୁ ଗାଡି ଚଳାଇବାକୁ ଦିଆଯାଉ ବୋଲି ଶ୍ରୀ ମାଦଳା ହାତଯୋଡି ଡ୍ରାଇଭର ମହାସଂଘ କୁ ନିବେଦନ କରିଛନ୍ତି।
