**ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଦେଖାଦେଇଛି ନାନା ସମସ୍ୟା*
ନୂଆପଡା( ମିଖାଏଲ ନନ୍ଦ)
ତା-୧୪/୦୫
ନୂଆପଡା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ହସ୍ପିଟାଲ ରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି।
ମୁଖ୍ୟ ସମସ୍ୟା ବିଶ୍ରାମାଗାରର ଅଭାବ ଥିବାରୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟମାନେ ବସିବା ବା ବିଶ୍ରାମ ନେବା ପାଇଁ ଏଠାରେ କୌଣସି ବ୍ୟବସ୍ଥା ନାହିଁ। ସେମାନେ ଅନେକ କଷ୍ଟରେ ଆମ୍ବ ତୋଟାରେ ରହି ସମୟ ବିତାଉଛନ୍ତି।ପିଇବା ପାଣିର ସଙ୍କଟ ପ୍ରଖର ଗ୍ରୀଷ୍ମ ପ୍ରବାହ ସମୟରେ ମଧ୍ୟ ଡାକ୍ତରଖାନା ପରିସରରେ ସ୍ୱଚ୍ଛ ପିଇବା ପାଣିର ସୁବିଧା ନାହିଁ। ବଢୁଛି ଜନ ଅସନ୍ତୋଷ ଚିକିତ୍ସାଳୟର ଏଭଳି ଅବ୍ୟବସ୍ଥା କାରଣରୁ ରୋଗୀ ଓ ସେମାନଙ୍କ ପରିବାର ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି।ପ୍ରଶାସନିକ ଉଦାସୀନତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢିବାରେ ଲାଗିଛି।ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
