*ନୂଆପଡ଼ା ଏବଂ ଖରିଆର ରୋଡ ସହରରେ ଆଗାମୀ ଦିନ ରେ ପାନୀୟଜଳ ସଙ୍କଟ ନେଇ ସୂଚନା, ଯୋଙ୍କ ଜଳ ସେଚନ ପ୍ରକଳ୍ପ ରେ ଜଳାଭାବ ନେଇ ଇନଣ୍ଟେକ ୱାଲ୍ ରେ ମଟର ସାହାର୍ଯ୍ୟରେ ଜଳ ଯୋଗାଣ*
ନୂଆପଡା( ମିଖାଏଲ ନନ୍ଦ)
ତା: ୧୨.୦୫.
ନୂଆପଡ଼ା ଜିଲ୍ଲା ପାତୋରା ଅପର ଯୋଙ୍କ ଜଳ ସେଚନ ପ୍ରକଳ୍ପ ରୁ ନୂଆପଡ଼ା ଜିଲ୍ଲା ସଦର ମହକୁମା ଏବଂ ଖରିଆର ରୋଡ ସହର କୁ ଜଳପାନୀୟ ଜଳ ସଙ୍କଟ ନେଇ ପୂର୍ବ ଅନୁମାନ କରାଯାଉଛି। କାରଣ ପତୋରା ଅପର ଯୋଙ୍କ ଜଳ ସେଚନ ପ୍ରକଳ୍ପ ଭିତରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଅଛି। ପ୍ରକଳ୍ପ ରାଶି ରୁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ପାନୀୟ ଜଳ ଯୋଗାଣ ସ୍ୱାଭାବିକ ହେଉଥିବା ବେଳେ ଚଳିତ ବର୍ଷ ଜଳାଭାବରୁ ପାନୀୟ ଜଳ ସମସ୍ୟା ସୃଷ୍ଟି ହେବା ପୂର୍ବ ଅନୁମାନ କରାଯାଉଛି। କାରଣ ପ୍ରକଳ୍ପ ଜଳ ରାଶି ରେ ନିର୍ମାଣ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଇଣ୍ଟେକ ୱାଲ୍ ରେ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଅଛି। ଫଳରେ ୩୫ ହେଚପି ର ଦୁଇ ଗୋଟି ମଟର ସାହାର୍ଯ୍ୟ ରେ ପାଣି ଭରାଯାଉଥିବା ବେଳେ ଏହି ଜଳ ମଧ୍ୟ ଆବଶ୍ୟକ ପୂରଣ କରିବାକୁ ସକ୍ଷମ ନୁହେଁ। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଗାମୀ ଦିନ ରେ ଜିଲ୍ଲା ର ନୂଆପଡ଼ା ଏବଂ ଖରୀଆର ରୋଡ ସହରରେ ପାନୀୟ ଜଳ ସମସ୍ୟା ସୃଷ୍ଟି ହେବ। ତେଣୁ ଆବଶ୍ୟକ ପଦକ୍ଷେପ ପାଇଁ ଜିଲ୍ଲା ପ୍ରଶାସନ କୁ ବିଶେଷ ଅନୁରୋଧ।
