ମା’ ବାଗଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ-୨୦୨୬
ନୂଆଗାଁ ୧୨।୫(ଭଞ୍ଜଦୂତ ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଜାକେଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳବାର କନ୍ଧଖାଲମଡା ଖେଳ ପଡ଼ିଆ ଆନୁକୂଲ୍ୟରେ ତୃତୀୟ ବାର୍ଷିକ ୨୦୨୬ ମା’ ବାଗଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସ୍ଥାନୀୟ ସମିତି ସଭ୍ୟା ପ୍ରଭାତୀ ମଳିକ ଯୋଗଦେଇ ଆନୁଷ୍ଠାନିକ ଭାବେ କ୍ରୀଡ଼ାକୁ ଉଦଘାଟନ କରିଥିବା ବେଳେ ଯୁବ ସାମ୍ବାଦିକ ଦିଲ୍ଲୀପ କୁମାର ଜାନି ଉପସ୍ଥିତ ରହିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୂମଧାମରେ ଖେଳ ଅନୁଷ୍ଠିତ ହୋଇଯାଇଛି।ଏହା ତା ୧୨.୦୫.୨୦୨୬ ରିଖ ଠାରୁ ତା ୧୪.୦୫.୨୦୨୬ ରିଖ ପର୍ଯ୍ୟନ୍ତ ୩ଦିନ ଧରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ପ୍ରଥମ ଦିନରେ ପ୍ରଥମ ଇନିସଂ ଡ଼ିମିରିପଲ୍ଲୀ ସହିତ କୁସୁମଗାଡ଼ିଆ ମଧ୍ୟରେ ଖେଳ ହୋଇଥିଲା। ପ୍ରଥମେ କୁସୁମଗାଡ଼ିଆ ବ୍ୟାଟିଂ କରି ୧୦ ଓଭରରେ ୩ ୱାଇକେଟ ହରାଇ ୨୨୦ ରନ ସଂଗ୍ରହ କରିଥିଲା ଜବାବରେ ଡ଼ିମିରିପଲ୍ଲୀ ୧୦ ଓଭରରେ ୫ ୱାଇକେଟ ହରାଇ ୧୦୮ ରନ ସଂଗ୍ରହ କରି ହାରିଯାଇଥିଲା ଫଳରେ କୁସୁମଗାଡ଼ିଆ ସେମିଫାଇନକୁ ପ୍ରବେଶ କରିଥିଲା। ଦ୍ୱିତୀୟ ଇନସିଂ ରେ କାପ୍ତାପଲ୍ଲୀ ୧୦ ଓଭରରେ ୮ ୱାଇକେଟ ହରାଇ ୧୦୫ ରନ ସଂଗ୍ରହ କରିଥିଲା ଜବାବରେ ଜାମୁସାହି ୯. ୩ ଓଭରରେ ୫ ୱାଇକେଟ ହରାଇ ୧୦୮ ରନ ସଂଗ୍ରହ କରି ବିଜୟୀ ହେବା ସହ ସେମିଫାଇନାକୁ ପ୍ରବେଶ କରିଥିଲା।ପ୍ରଥମ ସେମିଫାଇନାଲରେ କୁସୁମଗାଡ଼ିଆ ୧୦ ଓଭରରେ ୭ ୱାଇକେଟ ହରାଇ ୧୦୬ ରନ କରିଥିଲା ବେଳେ ଜାମୁସାହି ୯.୫ ଓଭରରେ ୬ ୱାଇକେଟ ହରାଇ ଫାଇନାଲକୁ ପ୍ରବେଶ କରିଛି।ଆଜିର ଖେଳକୁ ପ୍ରଭାତ ମଳିକ ଏବଂ ଅନନ୍ତ ସାନବଡ଼ ପରିଚାଳନା କରିଥିବା ବେଳେ କନ୍ଧଖାଲମଡ଼ା ମା ବାଗଦେବୀ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ଏହାକୁ ସହଯୋଗ କରିଥିଲେ।ଆସନ୍ତା କାଲି ତଥା ବୁଧବାର ଦିନ ଖେଳଜାରି ରହିବ ବୋଲି ମା ବାଗଦେବୀ କ୍ରିକେଟ କ୍ଲବ ପକ୍ଷରୁ ସୂଚନା ଦେଇଛନ୍ତି।
