ଅଳିଆ କୁଣ୍ଡ,ନିର୍ମାଣକୁ ନେଇ ଧୋବାତଳିଆ ଗ୍ରାମବାସୀଙ୍କ ତୀବ୍ର ପ୍ରତିବାଦ
ବନ୍ତ (ନିପ୍ର) ବନ୍ତବ୍ଲକ ଟିଲୋ ପଞ୍ଚାୟତ ଧୋବାତଳିଆ ଗ୍ରାମରେ ଏକ ଅଜବ ପ୍ରଶାସନିକ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। ଧୋବାତଳିଆ ଗ୍ରାମ ପାଇଁ ଉଦ୍ଦିଷ୍ଟ ଅଳିଆ କୁଣ୍ଡକୁ କେଉଁ ପରିସ୍ଥିତିରେ ଏବଂ କାହା ସ୍ୱାର୍ଥରେ ଦେବତାଗଢିଆ ଗ୍ରାମ ସୀମା ଭିତରେ ନିର୍ମାଣ କରାଗଲା, ସେ ନେଇ ଏବେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।
ଧୋବାତଳିଆ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମର ଅଳିଆ ପରିଚାଳନା ପାଇଁ ଉଦ୍ଦିଷ୍ଟ ଏହି କୁଣ୍ଡଟିକୁ ଗାଁର ନିଜସ୍ୱ ସୀମା ବାହାରେ ଅର୍ଥାତ୍ ଦେବତାଗଢିଆ ଗ୍ରାମ ସୀମାରେ ତିଆରି କରାଯାଇଛି। ଏହି ନିର୍ମାଣ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ କୌଣସି ପୂର୍ବ ସୂଚନା ଦିଆଯାଇ ନଥିଲା।
ସରକାରୀ ନିୟମ ଅନୁଯାୟୀ, ଯେକୌଣସି ପ୍ରକଳ୍ପ ଆରମ୍ଭ ପୂର୍ବରୁ ସେଠାରେ ପ୍ରକଳ୍ପର ନାମ, ବ୍ୟୟ ଅଟକଳ ଏବଂ ବିଭାଗ ସମ୍ପର୍କରେ ସୂଚନା ଫଳକ ଲଗାଯିବା ବାଧ୍ୟତାମୂଳକ। ମାତ୍ର ଏଠାରେ ବିନା ଫଳକରେ ରାତିାରାତି କାର୍ଯ୍ୟ ଶେଷ କରାଯାଇଥିବାରୁ ଏହା ପଛରେ ବଡ଼ ଧରଣର ଦୁର୍ନୀତି ଲୁଚି ରହିଥିବା ସନ୍ଦେହ କରାଯାଉଛି।
କାହାର ଛତ୍ରଛାୟାରେ ଏହି ନିର୍ମାଣ.ଏହି ବିବାଦୀୟ ନିର୍ମାଣ କାର୍ଯ୍ୟ କେଉଁ ଯନ୍ତ୍ରୀ ବା ଠିକାଦାରଙ୍କ ତତ୍ତ୍ୱାବଧାନରେ ହୋଇଛି, ସେ ନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। କାହା ଅନୁମତିରେ ସୀମା ବାହାରେ ଏହି କୁଣ୍ଡ ତିଆରି ହେଲା, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ।
ଏହି ବେଆଇନ ନିର୍ମାଣକୁ ନେଇ ଧୋବାତଳିଆ ଗ୍ରାମବାସୀ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରନ୍ତୁ । ତୁରନ୍ତ ଏହି ଘଟଣାର ତଦନ୍ତ କରାଯାଇ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସୀମା ବିବାଦର ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି।
