୧୯୪ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ
ଲୋକଙ୍କ ସାମାଜିକ ଓ ଆର୍ଥିକ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ – ଧର୍ମେନ୍ଦ୍ର ପ୍ରଧାନ l (ଫଟୋ )
ନାକଟିଦେଉଳ:-(ଭଂଜଦୂତ )10/05- ସମ୍ବଲପୁର ହେଉଛି ଅପାର ସମ୍ଭାବନାର ଅଞ୍ଚଳ ଏବଂ ଏହି ମାଟିର ସର୍ବାଙ୍ଗୀନ ବିକାଶ କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ । ଏହି ସଂକଳ୍ପକୁ ପାଥେୟ କରି ରେଢଖୋଲ ନିର୍ବାଚନମଣ୍ଡଳୀର ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆଜି ପ୍ରାୟ ୧୯୪ କୋଟି ଟଙ୍କାର ୪୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ ଏହି ପ୍ରକଳ୍ପଗୁଡ଼ିକ ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କ ସାମାଜିକ ଓ ଆର୍ଥିକ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ନାକଟିଦେଉଳରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁରର ମାଟି ହେଉଛି ବୀର ସଂଘର୍ଷର ମାଟି । ଏହି ମାଟିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଧୁ ଗଡ଼ତିଆ ଇଂରେଜମାନଙ୍କ ବିରୁଦ୍ଧରେ ସାଲିସବିହୀନ ଲଢେଇ କରିଥିଲେ ଏବଂ ସ୍ୱାଭିମାନ ସହ ବୁଝାମଣା ନକରି ଦେଶମାତୃକା ପାଇଁ ନିଜର ବଳିଦାନ ଦେଇଥିଲେ । ତାଙ୍କର ବୀରତ୍ୱ, ଶୈର୍ଯ୍ୟ ଓ ପରାକ୍ରମ ଅତୁଳନୀୟ । ସେ କହିଛନ୍ତି, ମା’ ସମଲେଇଙ୍କ ଆଶୀର୍ବାଦରୁ ଆଜି ରେଢାଖୋଲ, ନାକଟିଦେଉଳ ଏବଂ ଯୁଯୁମୁରା ବ୍ଲକର ଉନ୍ନତି ପାଇଁ ପ୍ରାୟ ୯.୧୭ କୋଟି ଟଙ୍କାର ୧୭ଟି ପ୍ରକଳ୍ପ ଲୋକାର୍ପିତ ହୋଇଥିବା ବେଳେ ପ୍ରାୟ ୧୮୪.୬୯ କୋଟି ଟଙ୍କାର ୩୧ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ହୋଇଛି ।
୮.୩୦ କୋଟି ଟଙ୍କା ବ୍ୟୟରେ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ବିକାଶ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନାକଟିଦେଉଳ ଠାରେ ପ୍ରାୟ ୧୮ କୋଟି ଟଙ୍କା ବ୍ୟୟରେ କମ୍ୟୁନିଟି ହେଲଥ୍ ସେଣ୍ଟର ଭବନର ନୂତନ ଗୃହ ସହ ବିପିଏଚୟୁ ୟୁନିଟ୍ ପାଇଁ ଶିଳାନ୍ୟାସ ହୋଇଛି । ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୧୬.୧୦ କୋଟି ଟଙ୍କା ବ୍ୟୟରେ ଏକ ମିନି ଷ୍ଟାଡିୟମ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି । ୪୭.୨୪ କୋଟି ଟ�
