ଟ୍ରେନ ଧକ୍କାରେ ଯୁବକ ମୃତ
ସୋର,୧୦/୫(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିବା ବେଳେ ସେ ଟ୍ରେନରୁ ଖସିପଡି ମୃତ୍ୟୁ ବରଣ କରିଛନ୍ତି କିମ୍ବା ଆତ୍ମହତ୍ୟ କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସନ୍ଦେହ ଘେରରେ । ସୂଚନା ଅନୁସାରେ ଆଜି ସକାଳେ ସୋର ରେଳ ଷ୍ଟେସନ ଅଧିନ ଅଲ୍ଲୀପୁର ନିକଟରୁ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ରେଳ ଧାରଣାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ସୋର ଆରପିଏଫକୁ ଯୋଗାଯୋଗ କରିଥିଲେ। ପରେ ଆରପିଏଫ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ମୃତ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନେଇଥିବା ବେଳେ ତାଙ୍କର କୌଣସି ପରିଚୟ ମିଳିପାରିନଥିଲା। ଏନେଇ ସୋର ଆରପିଏଫ ଇନଚାର୍ଜ ୱଇକେ ଚନ୍ଦ୍ରା କହିଛନ୍ତି ଯୁବକଙ୍କ ନିକଟରୁ କୌଣସି ଟିକେଟ ମିଳିନଥିବାରୁ ସେ ଟ୍ରେନରୁ ଖସି ପଡି ମୃୃତ୍ୟ ବରଣ କରିଛନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା କହିହେବ ନାହିଁ। ଯୁବକଙ୍କର କୌଣସି ପରିଚୟ ମିଳିପାରିନାହିଁ।
