ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଉପଲକ୍ଷେ ସୋର ବ୍ଲକ ସାଜନପୁର ପଞ୍ଚାୟତ ବିଜେପି ତରଫରୁ ପଞ୍ଚାୟତ ବିଜେପି କାର୍ଯ୍ୟାଳୟରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ପ୍ରମୁଖ ଅନିଲ ମହାପାତ୍ର ଙ୍କ ସଭାପତିତ୍ବ ରେ ଏହି ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧାର୍ଥ ଶଙ୍କର ବେହେରା, ପଞ୍ଚାୟତ ସହ ପ୍ରମୁଖ ଅନିରୁଦ୍ଧ ମହାରଣା, କେଦାରପୁର ପଞ୍ଚାୟତ ପ୍ରଭାରୀ ଅଜୟ ବାରିକ୍, ୱାର୍ଡ ସଭ୍ୟ ରାଜେଶ ନାୟକ, ଜ୍ୟୋତିପ୍ରକାଶ ଦିକ୍ଷୀତ, ମନ୍ମଥ ବାରିକ, ଦୁର୍ଗା ଶଙ୍କର ଜେନା, ରାଜକିଶୋର ବାରିକ, ଜୟନ୍ତ ସେଠି ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନ ଦଳ କିପରି ପଞ୍ଚାୟତ ଦଖଲ କରିବ ସେ ନେଇ ଆଲୋଚନା ହୋଇଥିଲା।
