ଜନ ଆକ୍ରୋଶ ମହିଳା ପଦଯାତ୍ରା
ସ୍ଥାନ ପରଜଙ୍ଗ
ତାରିଖ 10/5/26
ରିପୋର୍ଟ ଗୋକୁଳାନନ୍ଦ ବେହେରା
(ନିପ୍ର)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ଠାରେ ଆଜି ସନ୍ଧ୍ୟା ପାଞ୍ଚ ଘଟିକା ସମୟରେ ବିଜେପି ଜିଲ୍ଲା ମହିଳା ସଭାନେତ୍ରୀ ତଥା ପରଜଙ୍ଗ ବ୍ଲକ ଉପାଧ୍ୟକ୍ଷା ଯଶସ୍ୱୀନି ରାଉତଙ୍କ ନେତୃତ୍ୱରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ହୋଇ ଯାଇଛି। ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ସଂସଦରେ ପାଳିତ କରିବାରେ ବିରୋଧୀ ମାନେ ପ୍ରତିବନ୍ଧକ ସାଜିଥିଲେ। ସେମାନେ ଏହି ବିଲ୍ ବିରୋଧରେ ଭୋଟ ଦେଇ ରାଜନୀତି କ୍ଷେତ୍ରରେ ମହିଳା ମାନଙ୍କ ଭାଗିଦାରୀ ଚାହୁଁନଥିଲେ। ମହିଳା ମାନଙ୍କ ଆକ୍ରୋଶ କୁ ସମ୍ମାନ ଓ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ସାଆନ୍ଦା ଠାରେ ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ ମହିଳାଙ୍କ ଦ୍ଵାରା ଜନ ଆକ୍ରୋଶ ମହିଳା ପଦଯାତ୍ରା କରାଯାଇଛି। ନିଜ ଅଧିକାର ପାଇଁ ଆଗକୁ ଆସି ଯାତ୍ରାରେ ସାମିଲ ହୋଇଛନ୍ତି ହଜାର ହଜାର ମହିଳା। ଲୋକସଭା ଓ ବିଧାନସଭା ରେ ୩୩ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରୁଥିଲା। ତଥ୍ୟ ଅନୁଯାୟୀ ଲୋକସଭା ରେ ଏବେ ମାତ୍ର ୧୪ ପ୍ରତିଶତ ମହିଳା ଥିବା ବେଳେ ୧୮ ଟି ରାଜ୍ୟରେ ମହିଳା ବିଧାୟକ ଙ୍କ ସଂଖ୍ୟା ମାତ୍ର ୧୦ ପ୍ରତିଶତ ରୁ କମ୍। କେତୋଟି ରାଜ୍ୟରେ ମହିଳା ବିଧାୟକ ଙ୍କ ସଂଖ୍ୟା ଶୂନ ମଧ୍ୟ ରହିଛି। ପୂର୍ବ ସରକାର ଅମଳ ରେ ଇଛା ଶକ୍ତି ର ଅଭାବ ଯୋଗୁଁ ଅନେକ କ୍ଷେତ୍ରରେ ମହିଳା ମାନଙ୍କ ର ଭାଗିଦାରୀ ନଥିଲା। ଘାସ କଟା ଠାରୁ ଘୋଡ଼ା ଚଢ଼ା ପର୍ଯ୍ୟନ୍ତ ମହିଳାମାନେ ତାଙ୍କ ଦକ୍ଷତା ପ୍ରଦର୍ଶନ କରି ସାରିଲେଣି। ବିରୋଧୀ ମାନେ ମହିଳାଙ୍କ ଉନ୍ନତି ଓ ପ୍ରଗତି ଚାହୁଁ ନଥିବା ଦେଶ ବାସୀ ଜାଣି ସାରିଲେଣି। ଓଡ଼ିଶାର ମହିଳା ମାନେ ଏହାକୁ କେବେ ବରଖାସ୍ତ କରି ପାରିବେନି। ଏହି ପଦଯାତ୍ରାରେ ସାଆନ୍ଦା ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି ତଥା ପାଟର ପଦା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଜ୍ୟୋସ୍ନାମୟୀ ବିଶ୍ୱାଳ ,ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଦମୟନ୍ତୀ ପାଣି, ସାଆନ୍ଦା ସରପଞ୍ଚ ଜୟନ୍ତୀ ଦାସ ପ୍ରମୁଖ ନେତୃତ୍ୱ ନେଇ ଏହି ଜନ ଆକ୍ରୋଶ ମହିଳା ପଦଯାତ୍ରା ରେ ସାମିଲ ହୋଇଥିଲେ।
