*ପ୍ରତିମା ମିଶ୍ର ବିଜେପି ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ*
(କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି, ସାଂସଦ, ବିଧାୟକ ଓ ଜିଲ୍ଲା ନେତୃତ୍ୱ ଙ୍କୁ କୃତଜ୍ଞତା ପ୍ରକାଶ କଲେ )
ରିପୋର୍ଟ ମନୋଜ ରାଉତ
ଅନୁଗୁଳ :(ନି ପ୍ର ) ତା 9/5/2026: ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି ।ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର ଙ୍କୁ ଅନୁଗୁଳ ଜିଲ୍ଲା ବିଜେପି ର ମହିଳା ମୋର୍ଚ୍ଚା ସଭାନେତ୍ରୀ ଦାୟିତ୍ୱ ଦିଆଯାଇଛି | ଜିଲ୍ଲା ମହିଳା ମୋର୍ଚ୍ଚା ମହଲରେ ଖୁସିର ମାହୋଲ ଖେଳି ଯାଇଛି, ସେ ଜଣେ ଅନୁଭବୀ ନାରୀନେତ୍ରୀ ସହ ସୁ ସଂଗଠିକା ବହୁ ପୁରୁଣା କାର୍ଯ୍ୟକର୍ତା ସଦାସର୍ବଦା ଦଳୀୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି |ତାଙ୍କର ନୂତନ ଦାୟିତ୍ୱ ପାଇଁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ବିଧାୟକ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା ଏବଂ ସମସ୍ତ ଜିଲ୍ଲାର ପଦାଧିକାରୀ ଓ କାର୍ଯ୍ୟକର୍ତା ଙ୍କୁ କୃତଜ୍ଞତା ଜଣାଇବା ସହ ଅନୁଗୁଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଂଗଠନ କୁ ରାଜ୍ୟ ରେ ଏକ ନମ୍ବର କରିବା ପାଇଁ ପ୍ରୟାସ କରିବି ବୋଲି ଏକ ପ୍ରେସ ବିବୃତି ରେ ପ୍ରତିମା ମିଶ୍ର ପ୍ରକାଶ କରିଛନ୍ତି |
