*ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କଳାକାର ଜୀଵନ ଅବହେଳିତ,ଭୁଲିଆ ସିକୂଆଁ ଗ୍ରାମର ପୂର୍ଣ୍ଣ ସିନ୍ଧୁର ଆଜିବି ଅନେକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ନାଁ ବାର୍ଦ୍ଧକ୍ୟ ଭତ୍ତା, ନାଁ ମିଳେ କଳାକାର ଭତ୍ତା*
ନୂଆପଡା( ମିଖାଏଲ ନନ୍ଦ)
ତ:୦୯.୦୫.
ନୂଆପଡ଼ା ଜିଲ୍ଲା ର ମହନୀୟ ସଂସ୍କୃତି ଏବଂ ଅନନ୍ୟା ପରମ୍ପରା ଆଜିବି ବଞ୍ଚିତ ରହିଛି। କଳାକାର ଙ୍କ ପାଇଁ ବାଦ୍ୟଯନ୍ତ୍ର ପ୍ରସ୍ତୁତ କରିବା ତାଙ୍କ କୌଳିକ ବୃତ୍ତି ହୋଇପାରେ। ସଙ୍ଗୀତ ବାଦ୍ୟଯନ୍ତ୍ର ବିନା କଣ୍ଠ ମଧୁର ସତ୍ତ୍ୱେ ଅଧୁରା ଲାଗିଥାଏ। ଗୀତିକାର ଙ୍କ ସୁକଣ୍ଠ ମଧୁର ସଙ୍ଗୀତ ପାଇଁ ବାଦ୍ୟଯନ୍ତ୍ର ପୂର୍ଣ୍ଣ ସଙ୍ଗୀତ ର ସଫଳ ଗାଥା ବର୍ଣ୍ଣନା କରିଥାଏ।ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଭୁଲିଆ ସିକୂଆଁ ଗ୍ରାମର ପୂର୍ଣ୍ଣ ସିନ୍ଧୁର ଆଜିବି ଅନେକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ନାଁ ବାର୍ଦ୍ଧକ୍ୟ ଭତ୍ତା, ନାଁ ମିଳେ କଳାକାର ଭତ୍ତା। କିନ୍ତୁ କଲାକରା ସଙ୍ଗୀତକୁ ରୁଦ୍ଧିମନ୍ତ ଏବଂ ଉଜ୍ଜିବିତ କରିବା ପାଇଁ ନିଜ ଅନବରତ ପ୍ରୟାସ ଜାରି ରଖିଛନ୍ତି। ଆଜି ଖଡ଼ିଆଳ ସ୍ୱର ଝଙ୍କାର ସଙ୍ଗୀତ ମହାବିଦ୍ୟାଳୟ ରେ ତବଲା କୁ ଠିକ ରୂପେ ପ୍ରସ୍ତୁତ କରୁଥିବା ବେଳେ ତାଙ୍କୁ ଭେଟିବାକୁ ସୁଯୋଗ ପାଇଥିଲୁ। ସେ ଢୋଲ, ନିଶାନ, ତସା, ମୃଦଙ୍ଗ,ଖୋଲା, ଢୋଲକି, ଘୁଡକା,ଘୁମୁରା ଭଳି ଅନେକ ପ୍ରାଣୀ ଚମଡ଼ା ରେ ପ୍ରସ୍ତୁତ ହେଉଥିବା ବାଦ୍ୟ ଯନ୍ତ୍ର ତିଆରି କରି ନିଜ ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ବର୍ତ୍ତମାନ ଆଧୁନିକ, ବିଦ୍ୟୁତିକ ଯନ୍ତ୍ର ଜୀବିକା ସଙ୍କଟ
