ପ.ବଙ୍ଗ ରେ ଶୁଭେନ୍ଦୁ ସରକାର
ପ.ବଙ୍ଗ: କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଶେଷରେ ପଶ୍ଚିମବଙ୍ଗ ରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଶପଥ ଗ୍ରହଣ କରିଛନ୍ତି। କଲିକତା ର ବ୍ରିଗେଡ୍ ଗ୍ରାଉଣ୍ଡରେ ଏହି ଶପଥ ସମାରୋହ ଆୟୋଜିତ କରାଯାଇଥିଲା। ପଦ ଓ ଗୋପନୀୟତାର ଶପଥ ପାଠ ପଶ୍ଚିମବଙ୍ଗ ର ରାଜ୍ୟପାଳ କରାଇଥିଲେ। ପର୍ଯ୍ୟବେକ୍ଷକ ଓ ସହ ପର୍ଯ୍ୟବେକ୍ଷକ ଭାବେ ଅମିତ୍ ଶାହା ଏବଂ ମୋହନ ଚରଣ ମାଝୀ ଶୁଭେନ୍ଦୁ ଅଧିକାରୀ ଙ୍କ ନାମ ଚୟନ କରିଥିଲେ। ଶୁଭେନ୍ଦୁ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ଦିଲ୍ଲିପ ଘୋଷ ଏବଂ ଅଗ୍ନିମିତ୍ରା ପାଲ ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ୍ ନବୀନ ଙ୍କ ସହ ସମସ୍ତ ଏନ ଡି ଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ଶୁଭେନ୍ଦୁ ଙ୍କ ସହ ୫ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ। ଦିଲ୍ଲିପ ଘୋଷ , ଅଶୋକ କିର୍ତ୍ତନିୟା ଙ୍କ ସହ ଖୁଦିରାମ ଟୁଡୁ , ପୂର୍ବତନ ମନ୍ତ୍ରୀ ନିଶିଥ୍ ପରମାଣିକ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଉଲ୍ଲେଖଯୋଗ୍ୟ ଶୁଭେନ୍ଦୁ ଅଧିକାରୀ ଭବାନୀପୁର ଏବଂ ନନ୍ଦିଗ୍ରାମ ଉଭୟ ଆସନରୁ ବିଜୟୀ ହୋଇଥିବା ବେଳେ ଭବାନୀପୁର ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ ୧୫୦୦୦ ରୁ ଅଧିକ ଭୋଟ ରେ ପରାଜିତ କରି ବିଜୟ ତିଲକ୍ ପିନ୍ଧି ଥିଲେ। ଏହି ଉତ୍ସବ ରେ ସବୁଠାରୁ ରୋଚକ ଦୃଶ୍ୟ ଥିଲା ମାଖନଲାଲ୍ ସରକାରଙ୍କ ପାଦ ଛୁଇଁଲେ ମୋଦି । ପାଦ ଛୁଇଁ ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ । ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହଯୋଗୀ ଥିଲେ ମାଖନଲାଲ । ସବୁଠୁ ବୟସ୍କ ବିଜେପି କର୍ମୀଙ୍କୁ ମୁଣ୍ଡିଆ ମାରିଲେ ମୋଦି ।
