*ନୂଆପଡ଼ା ଜିଲ୍ଲା ସାନମହେଶ୍ୱର ବନ୍ ବିଭାଗ ସେକସନ ଠାରେ କ୍ଷେତ୍ର ପରିଦର୍ଶନ ଶିକ୍ଷା, ଆଦର୍ଶ ଡିଗ୍ରୀ କଲେଜ ନୂଆପଡ଼ା ୩୦ ଜନ ଛତ୍ର ଛାତ୍ରୀ ଯୋଗ ଦେଇ ବୃକ୍ଷ, ଚାରା, ଚାରା ପ୍ରସ୍ତୁତ, ନର୍ସରୀ ପ୍ରଣାଳୀ ପ୍ରାକ୍ ତାଲିମ୍ ଅନୁଷ୍ଠିତ* ନୂଆପଡା(ମିଖାଏଲ ନନ୍ଦ)
ତା:୦୮.୦୫.
ନୂଆପଡ଼ା ଜିଲ୍ଲା ସାନମହେଶ୍ୱର ବନ୍ ବିଭାଗ ସେକସନ ଠାରେ କ୍ଷେତ୍ର ପରିଦର୍ଶନ ଶିକ୍ଷା, ଆଦର୍ଶ ଡିଗ୍ରୀ କଲେଜ, ନୂଆପଡ଼ାର ୩୦ ଜଣ ଛତ୍ର ଛାତ୍ରୀ ଯୋଗ ଦେଇ ବୃକ୍ଷ, ଚାରା, ଚାରା ପ୍ରସ୍ତୁତ, ନର୍ସରୀ ପ୍ରଣାଳୀ ଉପରେ ପ୍ରାକ୍ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହା ଦ୍ୱାରା ବିଦ୍ୟାର୍ଥୀ ମାନେ କୋଠରୀ ମଧ୍ୟରେ ଆବଦ୍ଧ ନ ହୋଇ ପ୍ରାକୃତିକ ପରିବେଶ ଏବଂ କ୍ଷେତ୍ର ପରିଦର୍ଶନ କରି ଚାରା ସୃଷ୍ଟି ପ୍ରଣାଳୀ, ଦୈନିକ ବୃଦ୍ଧି ଏବଂ ବୃକ୍ଷ ରୂପ ନେବା ପର୍ଯ୍ୟନ୍ତ କେଉଁ କେଉଁ ଅବସ୍ଥା ଦେଇ ଗତି କରିବାକୁ ପଡ଼ିଥାଏ ନେଇ ତାଲିମ ନେଇଛନ୍ତି। ଏହି ତାଲିମ ଶିବିରର ୩୫ ଦିନ ଅନୁଷ୍ଠିତ ହେବାକୁ ଥିବା ବେଳେ ନର୍ସରୀ ରେ ଚାରା ଯତ୍ନ ନେବା ସହ ଆବଶ୍ୟକ ଜଳବାୟୁ ସୃଷ୍ଟି ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ମୁଖ୍ୟ ବିଷୟ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାକ୍ ତାଲିମ୍ ଶିବିର ରେ ମଞ୍ଜି ପୋତି ତାର ତିନି ଦିନ ମଧ୍ୟରେ ଚାରା କୁ ନର୍ସରୀ ଯତ୍ନ ବ୍ୟବସ୍ଥା ଉପରେ ତାଲିମ ନେଇଥିଲେ। ଏହି ତାଲିମ ନେବା ପରେ ଆସନ୍ତା ଦିନ ରେ ନିଜ ଜୀବନ ରେ ଜଙ୍ଗଲ ସୃଷ୍ଟି କରିବା ସହ ଆସନ୍ତା ଦିନ ରେ ଜଙ୍ଗଳ ସୃଷ୍ଟି ରେ ବେଶ୍ ସହାୟକ ହେବ।
