ଅସଲି କିଏ, ଆଉ ନକଲି କିଏ ? ଯାଜପୁର ଜିଲ୍ଲାରେ ମାଳମାଳ ସାମ୍ବାଦିକ,, ପ୍ରଶାସନ ପାଖରେ ନାହିଁ ସଠିକ ତଥ୍ୟ,
ସମଗ୍ର ଯାଜପୁର ଜିଲ୍ଲାରେ ଦେଖି ବାକୁ ମିଳୁଛି ଅଣ ସାମ୍ବାଦିକ ମାଳ ମାଳ।ପ୍ରଶାସନିକ ହାବୁଡ଼ରେ ପଡ଼ିଲେ ଖାଇବେ ରୋଳ। ହଁ ଆଜ୍ଞା ଯାଜପୁର ମାଳ ମାଳ ଅଣ ସାମ୍ବାଦିକ କାୟା ବିସ୍ତାର କରିଛନ୍ତି।ଛତୁ ଫୁଟିବା ଭଳି ଏମାନେ ଗାଡ଼ି ଆଗରେ ପ୍ରେସ ଲେଖି ବୁଲୁ ଥିବାର ସମସ୍ତଙ୍କ ନଜରକୁ ଆସିଛି।ବେତେ ବେଳେ ଗଞ୍ଚାଇ ଚାଲାଣ କରୁଛନ୍ତି ତ କେତେବେଳେ ମଦ ବେପାର କରୁଛନ୍ତି। ବାଲି ମାଫିଆଙ୍କ ଠାରୁ ହଜାର ହଜାର ଟଙ୍କା ଆଦାୟ କରୁଛନ୍ତି।ପ୍ରଶାସନକୁ ଚ୍ୟାଲେଞ୍ଜ ଦେଇ ବୁଲୁଛନ୍ତି। ପ୍ରକୃତ ସାମ୍ବାଦିକ ମାନଙ୍କର ମନ ବଳକୁ ଧୁଳିସାତ କରି ଦଳି ମକଚି ଦେଉଛନ୍ତି। ପ୍ରକୃତରେ ସାମ୍ବାଦିକ ମାନଂକୁ ସମ୍ମାନ ମିଳିବା ପରିବର୍ତ୍ତେ ଅସମ୍ମାନ ହେବାକୁ ପଡୁଛି। ସରକାରୀ କାର୍ଯ୍ୟକ୍ରମ ରେ ପାସ ପାଇଁ ଲୋକସଂପର୍କ ବିଭାଗ ଏବଂ ଏସ.ପି କାର୍ଯ୍ୟାଳୟରେ ଭିଡ଼ ଲାଗୁଛି, ଏହି ଭିଡ଼ ମଧ୍ୟରେ ପ୍ରକୁତ ସାମ୍ବାଦିକ ଙ୍କ ଠାରୁ ଅଧିକ ନକଲି ସାମ୍ବାଦିକ ଥିବା ଅଭିଯୋଗ ଉଠଛି,ଯେଉଁ ମାନେ କିଛିଦିନ କାମ କରି ସାମ୍ବାଦିକ ରୁ ଦୁରେଇ ରହିଛନ୍ତି, ସେମାନେ କାର୍ଡ ଦେଖାଇ ପାସ ହାତେଇ ବାକୁ ପଛାଉ ନାହାନ୍ତି, ଅଣୁ ସମଗ୍ର ଯାଜପୁର ଜିଲ୍ଲାରେ ସରକାର ସ୍ୱୀକୃତିପ୍ରାପ୍ତ ପ୍ରକୁତରେ କେଉଁ ଗଣ ମାଧ୍ୟମ , ଓ ଇଲୋଟ୍ରୋନିକ ମିଡ଼ିଆର କେତେ ଜଣ ସାମ୍ବାଦିକ କେଉଁଠାରେ କାର୍ଯ୍ୟରତ ଅଛନ୍ତି,ତାହାର ସ୍ପଷ୍ଟ ତାଲିକା ପ୍ରକାଶ କରିବାକୁ ଦାବି ହେଉଛି, ଯଦି ପ୍ରଶାସନ ଏହାର ସଠିକ ଵେବସ୍ତା ବା ହିସାବ ନ କରନ୍ତି, ତେବେ ଆଗାମୀ ଦିନରେ ଏହା ଏକ ଭୟଙ୍କର ରୂପ ଦେଖା ଯିବା ସହ ଯାଜପୁର ପ୍ରଶାସନ ଏଥିପାଇଁ ଦାୟୀ ରହିବେ ବୋଲି ସାମ୍ବାଦିକ ମହଲରେ ଆଲୋଚନା ହେଉଛି,, ଯାଜପୁର ରୁ ନିରୋଜ କୁମାର ସେଠି ଙ୍କ ରିପୋର୍ଟ ଭଞ୍ଜଦୂତ ଖବର,
