*ମାଟ୍ରିକରେ ଆକାଂକ୍ଷାଙ୍କ କମାଲ : A1 ଗ୍ରେଡ ସହ ଜିଲ୍ଲାରେ ଚତୁର୍ଥ* ।
ବରଗଡ :୦୫/୦୫(ନି, ପ୍ର) ପଦ୍ମପୁର: ଏବର୍ଷର ମାଟ୍ରିକ ପରୀକ୍ଷାରେ ଜମଲା ଗ୍ରାମର ଛାତ୍ରୀ ଆକାଂକ୍ଷା ଏକ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ସେ ୫୫୮ ମାର୍କ ତଥା ୯୩ % ପ୍ରତିଶତ ରଖି A1 ଗ୍ରେଡ୍ ପାଇ ଜିଲ୍ଲାରେ ଚତୁର୍ଥ ସ୍ଥାନ ଅଧିକାର କରି ଗ୍ରାମ ଓ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।
ଆକାଂକ୍ଷାଙ୍କ ଏହି ସଫଳତା ପଛରେ ତାଙ୍କର ଅଦମ୍ୟ ପରିଶ୍ରମ, ଶିକ୍ଷକମାନଙ୍କର ସହଯୋଗ ଓ ପରିବାରର ଉତ୍ସାହ ବଡ଼ ଭୂମିକା ନେଇଛି। ସାଧାରଣ ପରିବେଶରୁ ଆସିଥିଲେ ମଧ୍ୟ ସେ ନିଜ ଲକ୍ଷ୍ୟ ପ୍ରତି ଅତୁଟ ଅଟଳତା ରଖି ଏହି ସଫଳତା ହାସଲ କରିପାରିଛନ୍ତି।
ଏହି ସଫଳତା ପରେ ଗ୍ରାମରେ ଖୁସିର ମହଲ ଦେଖିବାକୁ ମିଳିଛି। ଗ୍ରାମବାସୀ, ଶିକ୍ଷକ ଓ ବିଭିନ୍ନ ସମାଜସେବୀ ଆକାଂକ୍ଷାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ତାଙ୍କ ଭବିଷ୍ୟତ ଜୀବନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ଆକାଂକ୍ଷା କହିଛନ୍ତି, “ମୋ ସଫଳତାର ଶ୍ରେୟ ମୋର ଅଜା କଂଗ୍ରେସ ଭୋଇ, ବାପା କେଶବ ଚନ୍ଦ୍ର ଭୋଇ,ମା ସସ୍ମିତା ଭୋଇ ଓ ଶିକ୍ଷକ,ଶିକ୍ଷୟତ୍ରୀ ମାନଙ୍କୁ ଯାଉଛି। ଆଗାମୀ ଦିନରେ ମୁଁ ଆହୁରି ଭଲ କରିବାକୁ ଚେଷ୍ଟା କରିବି । ଏବଂ ଅମାମୁଣ୍ଡା ଗ୍ରାମର ସୁଦର୍ଶନ ମିଶ୍ରଙ୍କ ପୁଅ ସନତ କୁମାର ମିଶ୍ରଙ୍କ ଅପୂର୍ବ ସଫଳତା ରେ ଅନୁପ୍ରାଣିତ ହୋଇ ଭବିଷ୍ୟତ ରେ ଜଣେ ଭଲ ଡାକ୍ତର ହୋଇ ଗରିବ ଲୋକଙ୍କ ସେବା କରିବା ପାଇଁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।
ଏହି ସଫଳତା ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ହୋଇଥିବା ବେଳେ, ଆକାଂକ୍ଷାଙ୍କ ଉପଲବ୍ଧିକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଛନ୍ତି ।
