*ନୂଆପଡ଼ା ଜିଲ୍ଲା ପତୋରା ଅପର ଯୋଙ୍କ ଜଳସେଚନ ପ୍ରକଳ୍ପରେ ଜଳ ଆବଣ୍ଟନ ସମସ୍ୟା, ଧାନ ଚାଷ ଜଳାଭାବରୁ ଫସଲ ନଷ୍ଟ, ବିଜେଡି ସତ୍ୟ ଅନୁସନ୍ଧାନ ପ୍ରତିନିଧି ଦଳ ଗସ୍ତ,*
ନୂଆପଡା(ମିଖାଏଲ ନନ୍ଦ)
ତ:୦୫.୦୫.
ନୂଆପଡ଼ା ଜିଲ୍ଲା ପତୋରା ଅପର ଯୋଙ୍କ ଜଳସେଚନ ପ୍ରକଳ୍ପରେ ଜଳ ଆବଣ୍ଟନ ସମସ୍ୟା ଦେଖା ଯାଇଥିବା ବେଳେ ଡ୍ୟାମର ଜଳଧାରଣ କ୍ଷମତା ହ୍ରାସ କରିବା ନେଇ ସତ୍ୟ ଅନୁସନ୍ଧାନ ପ୍ରତିନିଧି ଦଳ କ୍ଷୋଭ ପ୍ରକାଶ କରିଥିଲେ। ଡ୍ୟାମ ଜଳ ଗଚ୍ଛିତ ପାଇ ୩୫୦.୨୦ ମିଟର ରହିଥିବା ବେଳେ ହେକ୍ଟର ଜମି ପାଇଁ ଜଳ ଗଚ୍ଛିତ ରହିଥାଏ। ଜଳାଭାବ ରୁ ଫସଲ କ୍ଷତି ଘଟଣା କୁ ନେଇ ବିଜେଡି ର ସତ୍ୟ ଅନୁସନ୍ଧାନ ପ୍ରତିନିଧି ଦଳ ଗସ୍ତ କରି ଗ୍ରାଉଣ୍ଡ ଜିରୋ ର ତଦନ୍ତ ରିପୋର୍ଟ ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଙ୍କୁ ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି। ଏହି ପ୍ରତିନିଧି ଦଳରେ ପୂର୍ବତ୍ତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ପ୍ରଦୀପ ଦିଶାରି, ବର୍ଷା ସିଂ ବରିହା, ପୂର୍ବତନ ବିଧାୟକ ସରୋଜ କୁମାର ମେହେର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଜିଲ୍ଲା ସଭାପତି ଅନବି ରଂଜନ ଯୋଶୀ, ଜିଲ୍ଲାର ବିଜେଡି କର୍ମୀମାନେ ଯୋଗ ଦେଇଥିଲେ। ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ଅଞ୍ଚଳର ୯ ଗୋଟି ପଞ୍ଚାୟତ ଗସ୍ତ କରିଥିବା ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସାକ୍ଷାତ କରି ତାଙ୍କ ଫସଲ କ୍ଷତି କାରଣ ଏବଂ ଚାଷୀ ସମମ୍ୟା ସମ୍ପର୍କ ରେ ପଚାରି ବୁଝିଥିଲ। ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।
