*ସମ୍ବଲପୁର ଶ୍ରମିକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ସମ୍ବଲପୁରରେ ଶ୍ରମିକ ଦିବସ ମହାସମାରୋହରେ ପାଳିତ, ଶ୍ରମିକ ଐକ୍ୟ ଓ ଅଧିକାର ସୁରକ୍ଷା ପାଇଁ ଶପଥ*
*ଭବ୍ୟ ଶୋଭାଯାତ୍ରା, ସଭା ସହ ସଂଗଠିତ ହେବା ପାଇଁ ଆହ୍ଵାନ*
ସମ୍ବଲପୁର ୪/୫: (ଭଂଜଦୂତ )ସମ୍ବଲପୁର ଶ୍ରମିକ କର୍ମଚାରୀ ସମନ୍ୱୟ ସମିତି ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ (ମଇ ଦିବସ) ସମ୍ବଲପୁରରେ ଭବ୍ୟ ଓ ସଫଳତାର ସହିତ ପାଳିତ ହୋଇଯାଇଛି। ସକାଳ ୮ ଟାରେ ସମସ୍ତ ଅଂଶୀଦାର ସଂଗଠନର ପ୍ରତିନିଧିମାନଙ୍କ ଉପସ୍ଥିତିରେ ବରିଷ୍ଠ ଶ୍ରମିକ ନେତା ଗଦାଧର କୁଅଁର ପତାକା ଉତ୍ତୋଳନ କରିଥିଲେ। ପରେ ସହିଦ ବେଦୀରେ ଶ୍ରମିକ ସହିଦମାନଙ୍କ ଉଦ୍ଦେଶ୍ୟରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା।
ସନ୍ଧ୍ୟା ସମୟରେ ହୀରାଖଣ୍ଡ କାଳିବାଡି ଠାରୁ ଶତାଧିକ ଶ୍ରମିକ ଓ କର୍ମଚାରୀଙ୍କ ଏକ ଭବ୍ୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମରେ ଏ ଆଇ ଟି ୟୁ ସି, ଏଚ୍ ଏମ ଏସ, ସିଟୁ, ଓଡ଼ିଶା କେନ୍ଦୁପତ୍ର କର୍ମଚାରି ସଂଘ, ବ୍ୟାଙ୍କ, ବୀମା, ପୋଷ୍ଟାଲ, ବି ଏସ ଏନ୍ ଏଲ, ଓ ୟୁ ଏ ଟି, ଏସ ଡି ଏଲ ଆଇ ଇ ଏ, ଏ ଓ ଏଲ ଆଇ ସି ପି ଏ, ବିଦ୍ୟୁତ ଓ ଅସଂଗଠିତ ଶ୍ରମିକ ସଂଗଠନ, ପୋଷ୍ଟାଲ , ଏମ ସି ଏଲର ଶତାଧିକ ସଦସ୍ୟ ଯୋଗଦେଇଥିଲେ। ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଶ୍ରମିକ ଏକତା ଓ ଅଧିକାର ଦାବି ଉପସ୍ଥାପନ କରାଯାଇଥିଲା। ପରେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
ସଭାକୁ ଶ୍ରମିକ ନେତା ନଟୁ ଗୋପାଳ, ଲଳିତ ପଟ୍ଟନାୟକ, ରବିନ୍ଦ୍ର ମହାନ୍ତି ଓ ଗଦାଧର କୁଅଁରଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ପରିଚାଳନା କରିଥିଲେ। ପ୍ରାରମ୍ଭିକ ସ୍ୱାଗତ ଭାଷଣ ପରେ ସଂଜିତ ମହାନ୍ତି କେନ୍ଦୁପତ୍ର ରେ ଘରୋଇକରଣ, ତୋଳାଳୀ କର୍ମଚାରୀ ଙ୍କୁ ଶୋଷଣ, ଶ୍ରମିକ ଆଇନ୍ ବଦଳରେ ଶ୍ରମିକ କୋଡର ପ୍ରତିବାଦ କରିଥିଲେ ।ଗଦାଧର, କୁଅଁର ଲଳିତ ପଟ୍ଟନାୟକ, ରବୀନ୍ଦ୍ର ମହାନ୍ତି, ବୀରକିଶୋର ନାଏକ, ନଟୁ ଗୋପାଳ, ଅକ୍ଷୟ ମହାପାତ୍ର, ବ୍ୟାଙ୍କ ଫ୍ରଣ୍ଟର ବିଶ୍ୱଜିତ ଓ ସମୀର,
ତ୍ରିନାଥ ଦୋରା, ପ୍ରଣୟ ନାୟକ ଓ ଅରୁଣ ଖୁଣ୍ଟିଆ, ରୂପେଶ ବାଗ, ମଧୁ ସୂଦନ ପ୍ରଧାନ, ରମେଶ ସାହୁ, ସଚ୍ଚିଦାନନ୍ଦ ସୋହେଲା, ସୁଶୀଳ କୁମାର ସେଠ, ଅକ୍ଷୟ ମହାପାତ୍ର, ଦେବ ପଟ୍ଟନାୟକ, ଚୂମନ ପ୍ରଧାନ
ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ଦାବି ସମ୍ବଳିତ ଏକ ସଂକଳ୍ପ ପତ୍ର ଉପସ୍ଥାପନ କରିଥିଲେ। ଏଥିରେ ଶ୍ରମିକ ଅଧିକାର ସୁରକ୍ଷା, ସର୍ବନିମ୍ନ ମଜୁରୀ, ସାମାଜିକ ସୁରକ୍ଷା, ସରକାରୀ କ୍ଷେତ୍ରର ଘରୋଇକରଣ ବନ୍ଦ, ଖାଲି ପଦବୀ ପୂରଣ, କୃଷକ ହିତ ସୁରକ୍ଷା, ବିଜୁଳି ସଂଶୋଧନ ବିଲ୍ ୨୦୨୫ ପ୍ରତ୍ୟାହାର, ମହିଳା ଶ୍ରେଣୀଙ୍କ ସୁରକ୍ଷା ଇତ୍ୟାଦି ଦାବି ରହିଥିଲା। ଏହି ସଂକଳ୍ପ ପତ୍ର ସର୍ବସମ୍ମତିରେ ଗ୍ରହଣ କରାଯାଇଥିଲା ଓ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯିବ ବୋଲି ସୂଚିତ କରିଥିଲେ।
ବକ୍ତା ମାନେ ମଇ ଦିବସର ଇତିହାସ, ଶ୍ରମିକ ସହିଦମାନଙ୍କ ବଳିଦାନ ଓ ଆନ୍ଦୋଳନ ଫଳରେ ଲାଭ ହୋଇଥିବା ଅଧିକାର ଓ ସୁବିଧା ଉପରେ ଆଲୋକପାତ କରିଥିଲେ ଓ ବର୍ତ୍ତମାନ ସମୟରେ ସେଗୁଡ଼ିକ କିପରି ହନନ ହେଉଛି ସେଥିପାଇଁ ଚିନ୍ତା ପ୍ରକାଶ କରିଥିଲେ।
ଦେଶ ବ୍ୟାପୀ ଠିକା ଓ ନିବାରଣ ଡୋମେଷ୍ଟିକ ଶ୍ରମିକ ମାନଙ୍କ ଧର୍ମଘଟ ଓ ଦାବିକୁ ସମର୍ଥନ ଓ ପୋଲିସ ଓ ପ୍ରଶାସନ କୀର୍ଯ୍ୟାନୁଷ୍ଠାନକୁ ନିନ୍ଦା କରି, ୪ଟି କର୍ପୋରେଟ ସ୍ୱାର୍ଥର ସୁରକ୍ଷା କରୁଥିବା ଓ ଶ୍ରମିକ କର୍ମଚାରୀ ସ୍ୱାର୍ଥର ହତ୍ୟା କରୁଥିବା, ଚାଷିର
ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ କୁ ଆଇନ୍ ମାନ୍ୟତା, ଚାଷୀ ଋଣ ଛାଡ଼, କ୍ରୁଷି ଉତ୍ପାଦ ଗଚ୍ଛିତ ଓ ବିପଣନର ଘରୋଇ କରଣ ବନ୍ଦ କରିବା, କ୍ରୁଷି କ୍ଷେତ୍ରରେ ଅଧିକ ସରକାରୀ ପୁଞ୍ଜି ନିବେଶ କରିବା,
ବିହନ ବିଲ୍ ପ୍ରତ୍ୟାହାର କରିବା, ଫସଲ ବୀମା ପ୍ରସାରୀ ବୀମା କମ୍ପାନୀ ମାନଙ୍କ ହାତରେ ଦେବା,
ସମସ୍ତ ସ୍କିମ ଶ୍ରମିକ ମାନଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ ସହ ସର୍ବନିମ୍ନ ମଜୁରୀ ଓ ସାମାଜିକ ସୁରକ୍ଷା ପ୍ରଦାନ କରିବା, ପବ୍ଲିକ ସେକ୍ଟର, ସରକାରୀ ଓ ସାମାଜିକ
କ୍ଷେତ୍ରରେ ଯଥା ବ୍ୟାଙ୍କ, ବୀମା, ପୋଷ୍ଟ ଅଫିସ, ବି ଏସ ଏନ୍ ଏବଂ
ଶିକ୍ଷା ଓ ସ୍ୱାସ୍ଥ୍ୟ ର ଘରୋଇ କରଣ ବନ୍ଦ କରିବା, ଧନ କୁବେରଙ୍କ ଉପରେ ଅଧିକ କର ସହ ଓ ସମ୍ପତ୍ତି ହସ୍ତାନ୍ତର କର ଲଗାଇ,
ଏଥିରୁ ଉପଲବ୍ଧ ରାଜସ୍ୱ ଶିଶୁ, ସ୍ୱାସ୍ଥ୍ୟ ଭଳି ସାମାଜିକ କ୍ଷେତ୍ରରେ
ବିନିଯୋଗ ସହ, ଶ୍ରମିକଙ୍କ ଆଦ୍ୱୋ ସାମାଜିକ ସୁରକ୍ଷା ନଥିବା ଶ୍ରମିକ ଓ ଜନସାଧାରଣଙ୍କ ପାଇଁ ସାର୍ବଜନୀନ
ସାମାଜିକ ସୁରକ୍ଷା ଯୋଜନା ଲାଗୁ କରିବା, ବିଜୁଳି ( ସ୦ଶୋଧନ) ବିଲ୍ ୨୦୨୫, କେନ୍ଦୁପତ୍ର ରେ ଘରୋଇ କରଣ କୁ ସମାଲୋଚନା କରାଯାଇଥିଲା। ବକ୍ତାମାନେ ପୁଞ୍ଜି ଓ ଶ୍ରମ ମଧ୍ୟରେ ବଢ଼ୁଥିବା ସଂଘର୍ଷ, ଦେଶବ୍ୟାପୀ ଠିକା ଓ ନିବାରଣ ଡୋମେଷ୍ଟିକ ଶ୍ରମିକ ଧର୍ମଘଟ, ବିଜୁଳି କ୍ଷେତ୍ରର ସମସ୍ୟା ଓ ବିଭିନ୍ନ ସଂଗଠନର ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଥିଲେ। ଟାଟା ପାୱାର ପକ୍ଷରୁ ଛଟେଇ ପ୍ରସ୍ତାବକୁ ବିରୋଧ କରି ଆଗାମୀ ଆନ୍ଦୋଳନ ପାଇଁ ସମସ୍ତଙ୍କ ସମର୍ଥନ ଆହ୍ୱାନ ହୋଇଥିଲା।
