*ବାଙ୍ଗଲାଦେଶୀ ଅନୁପ୍ରବେଶକାରି ଙ୍କ ବିରୁଦ୍ଧରେ ଭାରତୀୟତାର ବିଜୟ*
(*ପଶ୍ଚିମବଙ୍ଗ ଓ ଆସାମ ନିର୍ବାଚନ ରେ ବିଜେପି ର ବାଜିମାତ, ଅଭିନନ୍ଦନ ଜଣାଇଲା ଜିଲ୍ଲା ବିଜେପି*)
ରିପୋର୍ଟ ମନୋଜ ରାଉତ
ଅନୁଗୁଳ :/ତାଳଚେର : (ନି ପ୍ର) ତା 4/5/2026: ପଶ୍ଚିମବଙ୍ଗ ରେ ବିଜେପି ର ଅଦ୍ଭୁତପୂର୍ବ ବିଜୟ ଘଟିଛି |34 ବର୍ଷର ବାମପନ୍ଥୀ ଏବଂ 15 ବର୍ଷର ତୃଣମୂଳ କଂଗ୍ରେସ 49 ବର୍ଷ ପରେ ବିଜେପି ପଶ୍ଚିମବଙ୍ଗ ରେ ପ୍ରଚଣ୍ଡ ବହୁମତ ରେ ସରକାର ଗଠନ କରିବାକୁ ଯାଉଛି |ବଙ୍ଗଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର, ଓ ହତ୍ୟା ଜଗନ୍ନାଥ ମନ୍ଦିର ରେ ଭଙ୍ଗାରୁଜା ହିନ୍ଦୁ ଦେବା ଦେବୀ ଙ୍କ ପୀଠସ୍ଥଳ ଉପରେ ଆକ୍ରମଣ ଫଳରେ ପଶ୍ଚିମବଙ୍ଗ ରେ ହିନ୍ଦୁ ସମାଜ ସଂଗଠିତ ହୋଇ ବିଜେପି କୁ ଭୋଟ ଦେଇଛନ୍ତି ଯାହାର ପ୍ରତିଫଳନ ଆଜି ଦେଖବାକୁ ମିଳିଛି |ପଶ୍ଚିମବଙ୍ଗ ରେ ମମତା ସରକାର ଅନୁପ୍ରବେଶ କାରି ଙ୍କୁ ପ୍ରୋତ୍ସାହନ ଦେଇ ଭୋଟ ବ୍ୟାଙ୍କ ସୃଷ୍ଟି କରି ହିନ୍ଦୁ ମାନଙ୍କୁ ନିର୍ଯାତୀତ କରୁଥିଲା ଆଜି ତାହାର ପ୍ରତିଫଳନ ଦେଖିବାକୁ ମିଳିଛି |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମବଙ୍ଗ ରେ ରହି ଜିତିବା ପାଇଁ ରଣନୀତି ତିଆରି କରିଥିଲେ ଏବଂ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମଧ୍ୟ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ରେ ଥିଲେ |ସେହିପରି ଆସାମ ରେ ମଧ୍ୟ ବିଜେପି ଅଧିକ ଆସନରେ ଜିତି ସରକାର ଗଠନ କରିବାକୁ ଯାଉଛି |ପଶ୍ଚିମବଙ୍ଗ ରେ ବିଜେପି ସରକାର ଗଠନ ନେଇ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆତ୍ମସନ୍ତୋଷ ପ୍ରକାଶ କରିବା ସହ ବାଂଲାଦେଶୀ ଅନୁପ୍ରବେଶ କାରି ଙ୍କ ବିରୁଦ୍ଧରେ ପ୍ରଚଣ୍ଡ ଜନମତ ସୃଷ୍ଟି ହେବା ସହ ରାଷ୍ଟ୍ରୀୟତା ଓ ଭାରତୀୟତା ର ବିଜୟ ହୋଇଛି ବୋଲି ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି |ସାଂସଦ ଶ୍ରୀ ପାଣି ପଶ୍ଚିମବଂଗ ର ନାଗରିକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବିଜୟ ପାଇଁ କୃତଜ୍ଞତା ଜଣାଇଛନ୍ତି |ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଅଶୋକ ମହାନ୍ତି, ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା, ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲେଶ୍ଵର ପ୍ରଧାନ ଓ ପ୍ରତିମା ମିଶ୍ର, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ସାଏ ଓ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ ପଶ୍ଚିମବଙ୍ଗ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ କୃତଜ୍ଞତା ଜଣାଇଛନ୍ତି |
