*ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ଦିଲ୍ଲୀ ଗସ୍ତ*
(ଲୋକଙ୍କ ସମସ୍ୟା ନେଇ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଙ୍କୁ ଭେଟିବେ )
(ଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ରେ ଚିକିସ୍ଥିତ ହେବେ )
ଅନୁଗୁଳ :/ତାଳଚେର ତା 2/05/2026: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ଶନିବାର ଅନୁଗୁଳ ରୁ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି |ଅନୁଗୁଳ ରେଳ ଷ୍ଟେସନ ରେ ରାଜଧାନୀ ଏକ୍ସପ୍ରେସ ରେ ଦିଲ୍ଲୀ ଯାତ୍ରା କରିଛନ୍ତି |ଢେଙ୍କାନାଳ ଲୋକସଭା କ୍ଷେତ୍ରର ବିଭିନ୍ନ ସମସ୍ୟା ଓ ବିକାଶ ମୂଳକ କାର୍ଯ୍ୟ ତଥା ଲୋକମାନଙ୍କର ସମସ୍ୟା କୁ ନେଇ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ଙ୍କୁ ଭେଟି ଆଲୋଚନା କରିବେ ବୋଲି ଶ୍ରୀ ପାଣି ପ୍ରକାଶ କରିଛନ୍ତି | ପୁରୀ ରୁ ଅନୁଗୁଳ ସମ୍ବଲପୁର ଦେଇ ହରିଦ୍ୱାର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ରେଳ ମନ୍ତ୍ରୀ ଙ୍କୁ ଲିଖିତ ଭାବେ ଜଣାଇବେ ବୋଲି ସାଂସଦ କହିଛନ୍ତି |ମେ 4 ତାରିଖ ରେ ଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ, ରେ ପହଂଚି ଚିକିଟିସିତ ହେବେ ବୋଲି ଜଣା ପଡିଛି |ଢେଙ୍କାନାଳ ସାଂସଦ ଙ୍କୁ ବିଦାୟ ଦେବା ପାଇଁ ଅନୁଗୁଳ ଷ୍ଟେସନ ଠାରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଦିଲେଶ୍ୱର ପ୍ରଧାନ, ବିଶ୍ୱଜିତ ମିଶ୍ର, ପ୍ରଭାତ ପ୍ରଧାନ ଙ୍କ ସମେତ ସମଗ୍ର ଜିଲ୍ଲାରୁ ଶତାଧିକ କାର୍ଯ୍ୟକର୍ତା ଓ ଜନସାଧାରଣ ଉପସ୍ଥିତ ଥିଲେ |
