ଦେବଗଡ଼ ଜିଲ୍ଲା ଭୁୟାଁ ସାହି ୨ନମ୍ବର ଉଆଡ ସ୍ଥିତ ରାଧା ମାଧବ ମଣ୍ଡପ ସମ୍ମୁଖରେ ‘ନିକି ଏଣ୍ଡ ଶ୍ୱସ୍ତିକ ଷ୍ଟେସନାରୀ ହାଉସ’ ନାମରେ ଏକ ଅତ୍ୟାଧୁନିକ ଦୋକାନ ନୂତନ ଭାବରେ ଶୁଭାରମ୍ଭ ହୋଇଛି। ଦୋକାନଟି ଆରମ୍ଭ ହୋଇ ମାତ୍ର ୪ ଦିନ ହେଲା, କିନ୍ତୁ ଏହା ପ୍ରତିଦିନ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ଭିଡ଼ରେ ରହିଛି।
ଏହି ଦୋକାନରେ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ପାଇଁ ଆବଶ୍ୟକ ସମସ୍ତ ପ୍ରକାରର ସାମଗ୍ରୀ ଯଥା—ସମସ୍ତ ଶ୍ରେଣୀର ବହି, ଖାତା, କଲମ, ପେନ୍ସିଲ୍, ସ୍କୁଲ ବ୍ୟାଗ, ଜୁତା ଇତ୍ୟାଦି ଉପଲବ୍ଧ ଅଛି। ଏହା ସହିତ ସରକାରଙ୍କ ଦ୍ୱାରା ପ୍ରକାଶ ପାଉଥିବା ବିଭିନ୍ନ ବିଜ୍ଞପ୍ତି ସମ୍ବନ୍ଧୀୟ ଅନଲାଇନ ସେବା, ଜେରକ୍ସ ଓ ଲାମିନେସନ ସୁବିଧା ମଧ୍ୟ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଦିଆଯାଉଛି।
ଏହାସହିତ ଦୋକାନରେ ଦୈନନ୍ଦିନ ଜୀବନର ଆବଶ୍ୟକ ଖାଦ୍ୟ ସାମଗ୍ରୀ—ଖିର, ଦହି, ରାବିଡି, ତେଜରାତି ଓ ଅନ୍ୟାନ୍ୟ ପ୍ରୟୋଜନୀୟ ପଦାର୍ଥ ମଧ୍ୟ ମିଳୁଛି। ମହିଳାମାନଙ୍କ ପାଇଁ ଆବଶ୍ୟକ ଷ୍ଟେସନାରୀ ସାମଗ୍ରୀ ମଧ୍ୟ ଏଠାରେ ଉପଲବ୍ଧ ଅଛି।
ବିଶେଷ କଥା ହେଲା, ସମସ୍ତ ସାମଗ୍ରୀ ଉପରେ ପ୍ରାୟ ୧୦% ରିଆୟତି ଦିଆଯାଉଛି, ଯାହା ଗ୍ରାହକମାନଙ୍କୁ ଆକର୍ଷିତ କରୁଛି। ଦୋକାନ ମାଲିକଙ୍କ କହିବା ଅନୁସାରେ, ଆରମ୍ଭ ହେବା ପରଠାରୁ ଏଠାରେ ପ୍ରତିଦିନ ଭଲ ଭିଡ଼ ଦେଖାଯାଉଛି।
