
ଛବିଶ ଜଣ ଏ ୱାନ ସହ କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ଶତ ପ୍ରତିଶତ ସଫଳତା ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସନ୍ନିକଟ କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ଚଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଛି । ଚଳିତ ଥର ମୋଟ ପରୀକ୍ଷା ଦେଇଥିବା ୨୦୭ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ,A1 ଗ୍ରେଡ ରେ ୨୬ , A2 ଗ୍ରେଡ ରେ ୫୯, B1 ଗ୍ରେଡ ରେ ୬୧ , B2 ଗ୍ରେଡ ରେ ୩୮ , C ଗ୍ରେଡ ରେ ୧୭ ଓ D ଗ୍ରେଡ ରେ ୫ E ଗ୍ରେଡ ରେ ୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରକାଶ ଥାଉକି ଜିଲ୍ଲା ରେ ମୋଟ ୭୭ଜଣ A୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଉକ୍ତ ବିଦ୍ୟାଳୟ ସର୍ବାଧିକ ୨୬ ଟି A୧ ଗ୍ରେଡ ପାଇଛି । ଜିଲ୍ଲାରେ ସର୍ବାଧିକ A୧ ଗ୍ରେଡ ପାଇଥିବାରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ବିଦ୍ୟାଳୟର ଛାତ୍ର ଅରନ୍ୟ କୁମାର ସାହୁ ଓ ଅମନ କୁମାର ବେହେରା ଉଭୟ ୫୭୯ ନମ୍ବର ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ କୁମାର ପାତ୍ର ପ୍ରଧାନ ଶିକ୍ଷକ , ଶିକ୍ଷକ ଶିଷୟିତ୍ରୀମାନଙ୍କ କର୍ତ୍ତବ୍ୟ ନିଷ୍ଠା କୁ ପ୍ରଶଂସା କରିଛନ୍ତି । ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶିକ୍ଷା କର୍ମଚାରୀ ମାନଙ୍କ କର୍ତ୍ତବ୍ୟପରାୟଣତାକୁ କୁମଧ୍ୟ ପ୍ରଶଂସା କରିଛନ୍ତି । ଢେଙ୍କାନାଳଜିଲ୍ଲାରେ ଗୋଟିଏ ଅଗ୍ରଣୀ ବିଦ୍ୟାଳୟ ସବୁ କ୍ଷେତ୍ରରେ ସୁନାମ ଅର୍ଜନ କରୁଥିବାରୁ ସମସ୍ତ ଙ୍କ ର ଦୃଷ୍ଟି ଆକର୍ଷଣ କରିପାରିଛି ।
