ଅଳ୍ପକେ ବର୍ତିଲେ ଅତିରିକ୍ତ ତହସିଲଦାର
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ଦିନକୁ ଦିନ ବଢ଼ିବାରେ ଲାଗିଛି ବାଲି ମାଫିଆଙ୍କ ଦବଙ୍ଗଗିରି। ଏହି ଦବଙ୍ଗ ଗିରି ରେ ଶିକାର ହେଉଛନ୍ତି ପ୍ରଶାସନିକ ଅଧିକାରୀ। ସୂଚନାଯୋଗ୍ୟ ଆଜି ସୋର ଅତିତିକ୍ତ ତହସିଲଦାର କୃଷ୍ଣମୋହନ ସିଂହ ବେଆଇନ ବାଲି ଗାଡିକୁ ଅଟକାଉଥିବା ବେଳେ ତହସିଲ ଗାଡିକୁ ବାଲିଗଡ଼ି ଧକ୍କା ଦେଇଥିବା ବେଳେ ଅତିରିକ୍ତ ତାହାସିଲଦାର ଶ୍ରୀଯୁକ୍ତ ସିଂହ ଅଳ୍ପକେ ବର୍ତିଯାଇଛନ୍ତି। ସୂଚନା ଅନୁସାରେ ଆଜି ସକାଳେ ବାଲି ଚୋରା ଚାଲାଣ ଖବର ପାଇ ସୋର ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂହ ଜାତୀୟ ରାଜପଥରେ ଚଢ଼ାଉ କରିଥିଲେ। ଏହି ସମୟରେ ପାଇକାଳି ପୋଲ ନିକଟରେ ଥିବା ଏକ ଷ୍ଟକ ପଏଂଟରୁ ଦୁଇଟି ବାଲିଗାଡି ଜବତ କରିବା ସମୟରେ ଓଡ଼ି ୦୧ ଟି ୭୧୯୩ ନମ୍ବର ବିଶିଷ୍ଟ ଏକ ବାଲି ଗାଡିକୁ ଅଟକାଇଥିଲେ। ମାତ୍ର ବାଲି ଗାଡିଟି ଦ୍ରୁତଗତିରେ ବାଲେଶ୍ୱର ଅଭିମୁଖେ ଯିବାରୁ ଖୋଦ ଅତିରିକ୍ତ ତହସିଲଦାର ଗାଡି ଚଲାଇ ବାଲିଗାଡିକୁ ପିଛା କରିଥିଲେ। ଏହି ସମୟରେ ପଣପଣା ନିକଟରେ ବାଲି ଗାଡିଟି ତହସିଲ ଗାଡିକୁ ପଛରୁ ଧକା ଦେଇଥିଲା। ଫଳରେ ଗାଡିର କାଚ ଭାଙ୍ଗିବା ସହିତ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ସିଂହ ଅଳ୍ପକେ ବର୍ତି ଯାଇଥିଲେ। ଖବର ପାଇ ଖନ୍ତାପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
