ରେଙ୍ଗାଳି ଜଳଭଣ୍ଡାର ହେବ ମସ୍ୟ ଚାଷ ର ପ୍ରୟୋଗ ଶlଳା ମସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତୀ ଶ୍ରୀ ମଲିକ
ରିପୋର୍ଟ ମନୋଜ ରାଉତ
ଅନୁଗୁଳ /ତାଳଚେର(ନି ପ୍ର )ରେଙ୍ଗାଳି
ତାରିଖ ୦୧/୦୫/୨୦୨୬
ଆଜି କଣିହାଁ ବ୍ଲକ ରେଙ୍ଗାଳି ଠାରେ ଥିବା ଓଏଚପିସି ଅତିଥି ଭବନ ପରିସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମଏସେମି ବିଭାଗର କାର୍ଯ୍ୟକାରିତା ବିଷୟ କୁ ନେଇ ଏକ ଉଚ୍ଚ ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ଓଡିଶା ସରକାର ଙ୍କ ମାନ୍ୟବର ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଓ ପାଳଲହଡ଼ା ର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ ମହାନ୍ତି ଯୋଗ ଦେଇଥିଲେ । ଏହି ବୈଠକ ରେ ରେଙ୍ଗାଳି ଜଳଭଣ୍ଡାର ଠାରେ କେଜ କଲଚର ସମ୍ପ୍ରସାରଣ , ମସ୍ୟ ପାଳନ ପଶୁପାଳନ ର ସଶକ୍ତି କରଣ ଏବଂ ସ୍ଥାନୀୟ ଅଞ୍ଚଳ ରେ କ୍ଷୁଦ୍ର ଶିଳ୍ପ ର ବିକାଶ ମାଧ୍ୟମରେ କର୍ମ ନିଯୁକ୍ତି ସୃଷ୍ଟି କରିବା ବିଷୟରେ ଆଲୋଚନା କରାଯାଇଅଛି । ବିଶେଷ କରି ମତ୍ସ୍ୟ ଚାଷ ର ବିକାଶ ପାଇଁ ରେଙ୍ଗାଳି ଜଳ ଭଣ୍ଡାର ଠାରେ ହୋଇଥିବା ଜେଜ କଲଚର କୁ ଦେଖି ତାହାର ସଂପ୍ରସାରଣ ବିଷୟରେ ଆଲୋଚନା କରିଥିଲେ ।ବର୍ତମାନ ସ୍ଥିତି ରେ ରେଙ୍ଗାଳି ଜଳ ଭଣ୍ଡାର ଠାରେ ରାଜ୍ୟ ସରକାର ଙ୍କ ପକ୍ଷରୁ ଚାରି କୋଟି ବେୟ ରେ ୪ ଗୋଟି କେଜ କଲଚର ଆରମ୍ଭ ହୋଇଥିଲା ବେଳେ ଗୋଟିଏ କେଜେ କଲଚର ମୂଲ୍ୟ 1କୋଟି ଟଙ୍କା ଅଟେ ଗୋଟିଏ ରୁ ପ୍ରାୟ 30 ଟନ ମାଛ ଉତ୍ପାଦନ ହେବାର ସମ୍ଭାବନା ଅଛି ମତ୍ସ୍ୟ ଚାଷ ର ବୃଦ୍ଧି ପାଇଁ ଆଉ ପ୍ରାୟ ୧୨୬ ଗୋଟି କେଜ କଲଚର ନିର୍ମାଣ ସହ ରେଙ୍ଗାଳି କୁ ଏକ କେଜ କଲ ଚର ପ୍ରୟୋଗ ଶlଳା କରିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ମଲିଜ ପ୍ରକାଶ କରିଛନ୍ତି । ଏଠାରେ ମାଛ ଚାଷ ପାଇଁ ପ୍ରକୃଷ୍ଟ ସ୍ଥାନ ଅଟେ ମାଛ ପ୍ରକ୍ରିୟା କରଣ ଶିଳ୍ପ ପାଇଁ ସରକାର ଙ୍କୁ ପ୍ରସ୍ତାବ ଦେବା ପାଇଁ ପ୍ରକାଶ କରିଥିଲେ, ସେହିପରି ରେଙ୍ଗାଳି ଓ ସହର ଗୁରୁଜାଙ୍ଗ ଠାରେ ମାଛ ପ୍ରକ୍ରିୟା କରଣ ଶିଳ୍ପ ସ୍ଥାପନ ପାଇଁ ବିଧାୟକ ତଥା ଜିଲ୍ଲା ଯୋଜନାକମିଟି ଅଧକ୍ଷ ଅଧ୍ୟକ୍ଷ ଅଶୋକ ମହାନ୍ତି ମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ ପାଳଲହଡା ନିର୍ବାଚନ ମଣ୍ଡଳୀ ମସ୍ୟ ଜୀବି ସମ୍ପ୍ରଦାୟ ଙ୍କ ଆର୍ଥିକ ବିକାଶ ପାଇଁ ଯୋଜନା କାର୍ଯ୍ୟକାରି ପାଇଁ ଅନୁରୋଧ କରିଥିଲେ ମସ୍ୟ ସମବାୟ ସମିତି ଗୁଡିକୁ ମତ୍ସ୍ୟ ଚାଷ କରିବା ପାଇଁ ମତ୍ସ୍ୟ ଚାଷୀ ପାଇଁ ଆବଶ୍ୟକୀୟ ଜାଲ , ମୋଟର ଚାଳିତ ବୋଟ , ଆଇସ ବାକ୍ସ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ।ଏହି ପ୍ରକଳ୍ପ ପାଇଁ ୧୨୬ କୋଟି ଟଙ୍କା ର ପ୍ରସ୍ତାବ ସରକାର ଙ୍କ ପାଖକୁ ପ୍ରସ୍ତାବିତ କରାଯାଇଥିବା ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି ।ଏହା ସହ ମାନ୍ୟବର ମନ୍ତ୍ରୀ ରାଜ୍ୟ ର ଅର୍ଥନୀତି କୁ ସୁଦୃଢ଼ କରିବା ସହ ରାଜ୍ୟ ମସ୍ୟ ଚାହିଦା ମେଣ୍ଟାଇପାରିବ ପ୍ରତିଟି ସରକାରୀ ସୁବିଧା କୁ ହିତାଧିକାରୀ ଙ୍କ ପାଖରେ ନିର୍ଦ୍ଧାରିତ ସମୟରେ ପହଞ୍ଚାଇବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଏହି ବୈଠକ ରେ ଜିଲ୍ଲା ମତ୍ସ୍ୟ ଅଧିକାରୀ , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ , ଜିଲ୍ଲା ଶିଳ୍ପ କେନ୍ଦ୍ର ର ମହାପ୍ରବନ୍ଧକ ସମେତ ସମସ୍ତ ବ୍ଲକ ଓ ଜିଲ୍ଲା ସ୍ତର ର ଅଧିକାରୀ ମାନେ ଉପସ୍ଥିତ ଥିଲେ ଉପସ୍ଥିତ ଥିଲେ ।
