ବୁଦ୍ଧଦେବ ଥିଲେ କାମନାର ବିନାଶ ମାଧ୍ୟମରେ ମୋକ୍ଷ ପ୍ରଦର୍ଶକ : କଳାକେନ୍ଦ୍ର
ବ୍ରହ୍ମପୁର, ତା. ୦୧/୦୫ :
ଅଗ୍ରଣୀ ସାଂସ୍କୃତିକ ବହୁମୁଖୀ ପ୍ରତିଷ୍ଠାନ “ଜାତୀୟ ସଙ୍ଗୀତ କଳାକେନ୍ଦ୍ର” ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତି ମହାସମାରୋହରେ ପାଳିତ ହୋଇଯାଇଛି। ବରିଷ୍ଠ ସାରସ୍ୱତ ସାଧକ ନିତ୍ୟାନନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ତଥା ପ୍ରଥିତଯଶା ସାରସ୍ୱତ ସାଧକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ବିଧିବତ୍ ଉଦଘାଟନ କରିବା ସହିତ ସମାଜରେ ଅପସଂସ୍କୃତି ଓ ଅନ୍ଧବିଶ୍ୱାସର ପ୍ରାବଲ୍ୟ କାଳରେ ଅହିଂସାମାର୍ଗୀ ମହାତ୍ମା ଗୌତମ ବୁଦ୍ଧ ଆବିର୍ଭୁତ ହୋଇ କାମନାର ବିନାଶ ଭିତରେ ମୋକ୍ଷ ପଥ ସଂଗୋପିତ ବାର୍ତ୍ତା ପ୍ରଚାର କରିଥିଲେ ବୋଲି ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଉଦବୋଧନ ଦେଇଥିଲେ। କଳାକେନ୍ଦ୍ର ସମ୍ପାଦକ ସ୍ୱରଗୌରବ କୃଷ୍ଣ ପ୍ରସାଦ ସାବତ ସ୍ୱାଗତ ଭାଷଣ କ୍ରମରେ ଗୌତମ ବୁଦ୍ଧଙ୍କ ସଂକ୍ଷିପ୍ତ ଇତିବୃତ୍ତର ଅବତାରଣା କରିଥିଲେ। ଏହି ଅବସରରେ ସର୍ବଶ୍ରୀ ଲଷ୍ମୀ ନାରାୟଣ ଆଚାରୀ, କିରଣ କୁମାର ମହାନ୍ତି, ଅରୁଣ କୁମାର ସାହୁ, ସିଦ୍ଧି ରଂଜନ ପାଣିଗ୍ରାହୀ, ଅନିଲ ପାଢ଼ୀ, ଗାୟତ୍ରୀ ନାୟକ, ରେଶ୍ମା ନାୟକ, ଖୁସି ଗୁପ୍ତା, କାଜଲ ଗୁପ୍ତା, ପି. ଶୈଳଜା, ଦ୍ରୌପଦୀ ମହାନ୍ତି, ଅନୁରାଧା ମହାପାତ୍ର, ଉମାମଣି ସାବତ, ଶ୍ରୁତି ସ୍ୱାଧୀନା ସାବତ ପ୍ରମୁଖ ପୁଣ୍ୟଶ୍ଳୋକ ବୁଦ୍ଧଦେବଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରିଶେଷରେ ବରିଷ୍ଠ କଳାକାର ମହେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
