ଦୀପ ତଳ ଅନ୍ଧାର ଖରା ଦିନେ ପାଣି ପାଇଁ କଲବଲ ବେତନଟୀ ବ୍ଲକ ୯ ନମ୍ବର ୱାର୍ଡ
ବେତନଟୀ ନିପ୍ର ୧/୫(ପ୍ରକାଶ କୁମାର ଲେଙ୍କା)
ବେତନଟୀ ବ୍ଲକ ବେତନଟୀ ପଞ୍ଚାୟତ ର ଶଗଡ଼ଭଙ୍ଗା ଗ୍ରାମର ଗ୍ରାମବାସୀ ମାନେ ପୋକ ସାଲୁ ବାଲୁ ପାଣି ପିଉଛନ୍ତି ବୋଲି ବେତନଟୀ ବ୍ଲକ ର ବିଡ଼ିଓ ଙ୍କୁ ମଙ୍ଗଳବାର ଦିନ ଗ୍ରାମବାସୀ ମାନେ ଲିଖିତ ଅଭିଯୋଗ ଦେଇଛନ୍ତି। ଦୀର୍ଘ ଦିନ ଧରି ଶଗଡଭଙ୍ଗା ଗ୍ରାମର ଗ୍ରାମବାସୀ ଏକ ପରିତ୍ୟକ୍ତ ଯୋଗ୍ୟ କୂଅ ରୁ ପୋକ ସାଲୁ ଦୁର୍ଗନ୍ଧ ଗୋଳିଆ ପାଣି ବ୍ୟବହାର କରୁଛନ୍ତି। ଅନ୍ୟ ଦୁଇଟି ନାଳକୂପ ରୁ ମଧ୍ୟ ଦୁର୍ଗନ୍ଧ ନାଲି ଗୋଳିଆ ପାଣି ବ୍ୟବହାର କରୁଛନ୍ତି। ପାଣି ରେ ଭାତ ରନ୍ଧିଲେ ବାସୁଛି ଭାତ ଖାଇ ହେଉନି ବୋଲି ଅଭିଯୋଗ କରିଛନ୍ତି। କିନ୍ତୁ ଶଗଡଭଙ୍ଗା ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ରହିଛି ପ୍ରକଳ୍ପ ରୁ ପାଣି ମଧ୍ୟ ବାହାରୁଛି, ଗ୍ରାମରେ ପାଇପ ମଧ୍ୟ ବିଛା ଯାଇଛି ହେଲେ ପାଇପ ଫାଟି ପାଣି ବାହାରି ଯାଉଛି। କୂଅ ଓ ନଳ କୂଅ ରୁ ଗ୍ରାମ ବାସି ଗୋଳିଆ ପାଣି ଗୁଣ୍ଡ ଯୁକ୍ତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛିନ୍ତି।ଏହି ଗ୍ରାମ ପାଇଁ ସରକାର ଓ ପ୍ରଶାସନ ର ଦୃଷ୍ଟି ଗୋଚର ହୋଇନାହିଁ। ସରକାର ଙ୍କ ସମସ୍ତ ସେବା ଫେଲ୍ ମାରି ଥିବା ର ଜଣା ପଡ଼ିଛି। ଏହି ଗ୍ରାମଟି ବେତନଟୀ ହେଡ କ୍ୱାଟର ଠାରୁ ମାତ୍ର ତିନି କଲୋମିଟର ଦୂରରେ ଅବସ୍ଥିତ। ଏହି ଗ୍ରାମ ଟି ବେତନଟୀ ପଞ୍ଚାୟତ ର ୯ନମ୍ୱର ୱାଡ ମଧ୍ୟରେ ରହିଥିବା ବେଳେ ସିଂ ସାହି, ମହାନ୍ତ ସାହି, ସନ୍ତାଳ ସାହି ମୋଟ ୬୦ଟି ପରିବାର ରହି ବିଶୁଦ୍ଧ ପାନୀୟ ଜଳ ରୁ ବଞ୍ଚିତ ହୋଇଛନ୍ତି। ଏ ସଂପର୍କ ରେ ଶଗଡ଼ଭଙ୍ଗା ଗ୍ରାମର
ଗ୍ରାମବାସୀ ଙ୍କୁ କଳ୍ପନା ମହାନ୍ତ , ହେମଲତା ମହାନ୍ତ ,ଭାନୁ ମହାନ୍ତ କୁହନ୍ତି ଭୋଟ ନେବା ଆଗରୁ ପାଇପ ପକାଇ ଦେଇ ଯାଇଛନ୍ତି ଯେ ଏ ପର୍ଯ୍ୟନ୍ତ ପାଣି ପାଇପ ଫାଟିଲା କି ରହିଲା ଦେଖିବା ପାଇଁ ଆସିନାହାଁନ୍ତି। କୂଅ ଓ ନଳ କୂଅ ପାଣି ନାଲିଆ ପଚା ବସୁଛି। ପାଣି ରେ ପୋକ ଶାଲୁ ବାଲୁ ହେଉ ଛି। ଏହି ପାଣି ପିଇ ଦେହ ଖରାପ
ହେଉଛି କିନ୍ତୁ ଆମ୍ବୁଲାନ୍ସ ଗାଡି ଡାକିଲେ ରାସ୍ତା ଖରାପ କହି ଗାଁ କୁ ଆମ୍ବୁଲାନ୍ସ ଗାଡି ଆସୁନାହାନ୍ତି। ସେହିଭଳି ଗ୍ରାମର ର ଲସ ହେମ୍ରମ , ମୁନି ସିଂ, ଚଦ୍ରମଣି ମହାନ୍ତ କୁହନ୍ତି ନିର୍ବାଚନ ପୂର୍ବରୁ ୧୭ଥର ନେତା ମାନେ ଘରକୁ ଆସି ମାଉସୀ, ମାଆ , ଭଉଣୀ , ଭାଇ କହି ଜୁହାର ହେବେ। ଭୋଟ ପରେ ଘରକୁ ଗଲେ ଦେଖା ଦେବେ ନାହିଁ। ଗାଁ ରେ ପାଣି ସମାଧାନ ନ ହେଲେ ଭୋଟ ବେଳେ କାହାରିକୁ ଗାଁ କୁ ଆସିବାକୁ ଦେବୁନାହିଁ କିମ୍ବା ଆମ୍ଭେ କାହାରି କୁ ଭୋଟ ଦେବୁନାହିଁ।
ଏ ସଂପର୍କ ରେ ସମାଜ ସେବୀ ତଥା ଯୁବ ସଂଗଠନ ଅଜିତ ସାହୁ ଙ୍କୁ ପଚାରିବାରୁ କହନ୍ତି ଜଳ ହିଁ ଜୀବନ, ଦୂଷିତ ଜଳ କୁ ପିଇଲେ ବିଭିନ୍ନ ମାରାତ୍ମକ ରୋଗ ବ୍ୟାଧିରେ ପଡ଼ି ମୃତ୍ୟୁ ମୁଖରେ ପଡ଼ିବାର ସମ୍ଭାବନା ରହିଛି। ବ୍ଲକ ପ୍ରଶାସନ ଯଥାଶୀଘ୍ର ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ବା ବ୍ୟବସ୍ଥା କରନ୍ତୁ। ନୂତନ ବିଡ଼ିଓ ମନୁ ସେଠୀ ଙ୍କୁ ପଚାରି ବାରୁ କହନ୍ତି ଯଥା ଶିଘ୍ର ପାନୀୟ ଜଳ ର ସୁବିଧା କରାଯିବ ବୋଲି କହିଛନ୍ତି।
