*କଳାମାଣିକ ତାଣ୍ଡି ନାମକ ଯୁବକ ମାନସିକ ରୋଗ ରେ ପୀଡିତ, ନାଁ ଅଛି ରାସନ କାର୍ଡ, ନା ଦିବ୍ୟାନଙ୍ଗ ଭତ୍ତା, ଆଧାର କାର୍ଡ ନଥିବା ନେଇ ସମସ୍ୟା ରେ ଜର୍ଜରିତ, ବାପା ମାଁ ଆରପାରିରେ*
ନୂଆପଡା(ମିଖାଏଲ ନନ୍ଦ)
ତ:୩୦.୦୪.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମପଞ୍ଚାୟତ ଢ଼ଙ୍କସର୍ ଗ୍ରାମର କଳାମାଣିକ ତାଣ୍ଡି ନାମକ ଯୁବକ ମାନସିକ ରୋଗ ରେ ପୀଡିତ, ନାଁ ଅଛି ରାସନ କାର୍ଡ, ନା ଦିବ୍ୟାନଙ୍ଗ ଭତ୍ତା, ଆଧାର କାର୍ଡ ତିଆରି ହୋଇପାରୁନାହିଁ। ମୁଣ୍ଡ ଉପରେ ବାପା ମାଁ ଙ୍କ ଛାୟା ମଧ୍ୟ ନାହିଁ। ଆର ପାରିରେ ବାପା ମାଁ ।ଏକ ସମ୍ପର୍କୀୟଙ୍କ ଘରେ ଆଶ୍ରିତ ଜୀବନ ନିର୍ବାହ କରୁଛନ୍ତି। ସମ୍ପର୍କ ଭାଇମାନେ ଆଧାର କାର୍ଡ ତିଆରି ପାଇଁ ଖଡ଼ିଆଳ ପୋଷ୍ଟ ଅଫିସ ଆସିଥିବା ବେଳେ ଅନେକ ସ୍ଥାନ ବୁଲି ବୁଲି ଆଧାର କାର୍ଡ ମଧ୍ୟ ହୋଇ ପାରୁ ନଥିବା ପ୍ରକାଶ କରୁଛନ୍ତି। ମାନସିକ ରୋଗ ଚିକିତ୍ସା ହେବା ମଧ୍ୟ ସମ୍ଭବ ହୋଇ ପାରୁନାହିଁ। କିଶୋର ଅବସ୍ଥା ରୁ ଯୁବକ ଅବସ୍ଥାରେ ପଦାର୍ପଣ ହୋଇଅଛି। କାହା ସହ ନିଜ ଦୁଃଖ କାହାଣୀ, ମାନର ଅନ୍ତର ବେଦନା କିମ୍ବା ବିଶାଲ ଜଗତ ରେ ଆପଣା ବୋଲି କେହି ନଥିବା ଭାବି ନିର୍ବାକ ପ୍ରାଣୀ ରୂପେ ବଞ୍ଚିବା ବାଛି ନେଇଛି। ଆବଶ୍ୟକ ସହାୟତା ନିତାନ୍ତ ଜରୁରୀ ଥିବା ବେଳେ କାହାକୁ କହିବ। ତା ପାଖରେ ପ୍ରମାଣ ଏବଂ ଭାରତୀୟ ନାଗରିକ ରୂପେ ଏକମାତ୍ର ଭୋଟ ପରିଚୟ ପତ୍ର ରହିଅଛି। ପ୍ରଶାସନ କୁ ଅନୁରୋଧ ଆବଶ୍ୟକ ପଦକ୍ଷେପ ସହ ସମସ୍ତ ସୁବିଧା ସାଙ୍ଗକୁ ମାନସିକ ରୋଗର ଚିକିତ୍ସା।
