*ନୃସିଂହନାଥ ଯାତ୍ରାରେ ଭାରତୀୟ କିସାନ ସଂଘ, ପାଇକମାଳ ବ୍ଲକ ଦ୍ୱାରା ଜଳଛତ୍ର ସେବା*
ବରଗଡ଼:ପାଇକମାଳ,: ୩୦.୦୪.୨୦:(ଯୋଗେନ୍ଦ୍ର ସାହୁ )ଆଜି
ପବିତ୍ର ନୃସିଂହନାଥ ଯାତ୍ରା ଅବସରରେ ଭାରତୀୟ କିସାନ ସଂଘ, ପାଇକମାଳ ବ୍ଲକ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ମାଗଣା ଜଳଛତ୍ର ସେବା ଆୟୋଜନ କରାଯାଇଛି।ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ମଧ୍ୟରେ ହଜାର ହଜାର ଭକ୍ତ ଜିଲ୍ଲା ବାହାରୁ, ଛତିଶ ଗଡ଼, ମଧ୍ୟ ପ୍ରଦେଶ ରୁ ନୃସିଂହନାଥ ପୀଠକୁ ଦର୍ଶନ ପାଇଁ ଆସୁଥିବା ବେଳେ କିସାନ ସଂଘର କାର୍ଯ୍ୟକର୍ତ୍ତାମାନେ ପାଇକମାଳ ମନ୍ଦିର ନିକଟରେ ଥଣ୍ଡା ପାନୀୟ ଜଳ ବଣ୍ଟନ କରୁଛନ୍ତି। ମାଟି ହାଣ୍ଡିରେ ରଖାଯାଇଥିବା ସୁଶୀତଳ ଜଳ ପିଇ ତୃଷାର୍ତ ଶ୍ରଦ୍ଧାଳୁମାନେ ଆଶ୍ୱସ୍ତ ହେଉଛନ୍ତି।
ଭାରତୀୟ କିସାନ ସଂଘ କେବଳ କୃଷକ ସମସ୍ୟା ନୁହେଁ, ସାମାଜିକ ସେବା କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ବୋଲି ପ୍ରମାଣ କରିଛି।ପାଇକମାଳ ବ୍ଲକର କୃଷକ ଭାଇମାନେ ନିଜ ଖର୍ଚରେ ଏହି ଜଳଛତ୍ର ଚଳାଉଛନ୍ତି ପରିବେଶ କୁ ସୁସ୍ଥ ରଖିବାକୁ ପ୍ଲାଷ୍ଟିକ୍ ବଦଳରେ ମାଟି ହାଣ୍ଡି ଓ ଷ୍ଟିଲ୍ ଗିଲାସ ବ୍ୟବହାର କରାଯାଉଛି।
ଜିଲ୍ଲା ସଭାପତି ଶ୍ରୀ ପିତାମ୍ବର ସାହୁ ଙ୍କ କହିବା ଅନୁଯାଇ,ନୃସିଂହନାଥ ପ୍ରଭୁଙ୍କ ଯାତ୍ରାରେ ଆସୁଥିବା ସମସ୍ତ ଭକ୍ତଙ୍କ ସେବା କରିବା ଆମର ସୌଭାଗ୍ୟ। ଯାତ୍ରା ଶେଷ ପର୍ଯ୍ୟନ୍ତ ଏହି ସେବା ଜାରି ରହିବ, ଯାତ୍ରା ଶେଷ ଦିନରେ ପ୍ରବଳ ଗହଳି କୁ ଦୃଷ୍ଟି ରଖି ରାଜ୍ୟ ସଭାପତି ଶ୍ରୀମୁଖ ପ୍ରଧାନ, ମହିଳା ପ୍ରମୁଖ ତଥା ସମାଜ ସେବୀ ଶ୍ରୀମତୀ ସଂଘମିତ୍ରା ପଟେଲ, ରାଷ୍ଟ୍ରୀୟ ସଦସ୍ୟ ଶ୍ରୀ କେଦାର ମିଶ୍ର ଓ ଅନ୍ୟାନ୍ୟ ପଦାଧିକାରୀ ଜଳଛତ୍ର ରେ ଉପସ୍ଥିତ ରହିବେ ବୋଲି ଜିଲ୍ଲା ସମ୍ପାଦକ କବିରାଜ ସାହୁ କହିଛନ୍ତି।
ଏହି ସେବା କାର୍ଯ୍ୟରେ ବ୍ଲକର ବରିଷ୍ଠ କାର୍ଯ୍ୟକର୍ତ୍ତା, ଯୁବ କୃଷକ ଓ ମହିଳା କାର୍ଯ୍ୟକର୍ତୀମାନେ ପ୍ରତିଦିନ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି। ଶ୍ରଦ୍ଧାଳୁମାନେ ସଂଘର ଏହି ମହତ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି।
