କ୍ରିଷ୍ଣା ବିକାଶ ର ୨୪ତମ ପ୍ରତିଷ୍ଠା ଦିବସ ଅବସର ରେ ରକ୍ତ ଦାନ ଶିବିର ୯୧ୟୁନିଟ ରକ୍ତ ସଂଗୃହୀତ..
ବରଗଡ :୨୯/୦୪(ନି, ପ୍ର)(ଯୋଗେନ୍ଦ୍ର ସାହୁ) ବରଗଡ଼ ବରାହଗୋଡା ସ୍ଥିତ କ୍ରିଷ୍ଣା ବିକାଶ ଗ୍ରୁପ ର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ଟିମ କ୍ରିଷ୍ଣା ବିକାଶ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ବିକାଶ ହସ୍ପିଟାଲ ପରିସର ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ କ୍ରିଷ୍ଣା ବିକାଶ ଗ୍ରୁପ ର ଚେୟାରମ୍ୟାନ ଡି.ମୂରଲୀ କ୍ରିଷ୍ଣା, ତାଙ୍କ ଧର୍ମ ପତ୍ନୀ ଦଶାରି ରାମ ତୁଳସୀ ,ପୁଅ ବିବେକ ଦଶାରୀ, ଲୋକେଶ ଦଶାରି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ ପାଇଁ ସମସ୍ତ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଥିବାରୁ ଏହି ରକ୍ତ ଅନେକ ଅସହାୟ ରୋଗୀ ଙ୍କୁ ସହାୟକ ହେବ ବୋଲି ଡି ମୂରଲୀ କ୍ରିଷ୍ଣା କହିଥିଲେ। ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୬୦ୟୁନିଟ ରକ୍ତ ଓ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୧ୟୁନିଟ ସର୍ବମୋଟ ୯୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ନିଜ ଜନ୍ମ ଦିନ କୁ ସ୍ମରଣୀୟ କରିବା ପାଇଁ ରକ୍ତ ଦାନ ଶିବିର ଆୟୋଜନ କରିଥିବାରୁ ଡି ମୂରଲୀ କ୍ରିଷ୍ଣା ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଏହି ଶିବିର କୁ ଡାକ୍ତର ସି ଏଚ ରବି କୁମାର ସି ଇ ଓ ବିକାଶ ହସ୍ପିଟାଲ, ଟିମ କ୍ରିଷ୍ଣା ବିକାଶ ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ। ପରିଶେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଟିମ କ୍ରିଷ୍ଣା ବିକାଶ କୁ ଏକ ସ୍ମୃତି ଫଳକ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା, ସହଯୋଗୀ, ଶୁଭେଚ୍ଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
