ସୁନାପୁରରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର।
ଚିକିଟି -ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଅନ୍ତର୍ଗତ ସୁନାପୁର ଗ୍ରାମପଞ୍ଚାୟତ ପରିସରରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଚିକିଟୀ ଗୋଷ୍ଠି ଉନ୍ନୟନ ଅଧିକାରୀ ବିବେକାନନ୍ଦ ମିଶ୍ର ଯୋଗଦେଇଥିବାବେଳେ ଏବିଡ଼ିଓ ଚକ୍ରଧର ପ୍ରଧାନ, ସିଡିପିଓ ଭି ରେଣୁବାଳା, ଏଓ ଚିନ୍ମୟୀ ସାହୁ, ତହସିଲ ସୁପ୍ରଭାଇଜର ଜି ଦୁର୍ବାସା, ସରପଞ୍ଚ ଲଷ୍ମୀଧର ବେହେରା ମଞ୍ଚାସିନ ଥିଲେ।ଏଥି ସହିତ ଯୋଗାଣ ଧିକାରୀ ଉମାକାନ୍ତ ସେଠି,ଆରଡ଼ି ଯନ୍ତ୍ରୀ ସହଦେଵ ମଡେଇ, ଡ୍ରେନଜ ଯନ୍ତ୍ରୀ ତାପସ ବେହେରା, ଏବିଇଓ ନାୟକ ସେଠି, ବ୍ଲକ ଯନ୍ତ୍ରୀ ନାରାୟଣ ବେହେରୁକ,ଇ ରିଗେଶନ ଏସଡ଼ିଓ ସରୋଜ କୁମାର ପ୍ରହରାଜ,ଗୋଷ୍ଠି ପ୍ରକଳ୍ପ ସଂଯୋଜକ ରାମକୃଷ୍ଣ ବେହେରା, ଉଦ୍ୟାନ ବିଭାଗର ଆଲୋକ କୁମାର ବେହେରା,ମତ୍ସ୍ୟ ଅଧିକାରିଣୀ ସୁନିତା ରାଉତରାୟ ଙ୍କ ସହ ରାଜସ୍ୱ, ବିଦ୍ୟୁତ ଏବଂ ଅନ୍ୟନ୍ୟା ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଶିବିରରେ ୨୪ଟି ଗ୍ରାମକଂଟକ ପଟା ବଣ୍ଟନ କରାଯାଇଥିଲା।ମୋଟ ୭ଟି ଅଭିଯୋଗ ଦାଖଲ ହୋଇଥିବାବେଳେ ସେଥିରୁ ୬ଟି ଭତ୍ତା ସମ୍ବଦ୍ଧିୟ ଏବଂ ୧ଟି ଜମି ସମ୍ବଦ୍ଧିୟ ଥିଲା।ପିଇଓ ଗାୟତ୍ରୀ ଦାଶ ଙ୍କ ତତ୍ତ୍ୱଧାନରେ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା।
