ବାରିପଦା ଉତ୍କଳ କରାଟେ ସ୍କୁଲକୁ 15 ଟି. ପଦକ।
ବାରିପଦା….ଭୁବନେଶ୍ୱର ସ୍ତିତ ଉତ୍କଳ କରାତେ ସ୍କୁଲଠାରେ ୩୭ତମ ରାଜ୍ୟ କ୍ୟାଡେଟ୍, ଜୁନିୟର ଏବଂ ୩୮ତମ ସବ୍ ଜୁନିୟର କରାତେ ଚମ୍ପିନ ଶିପ 2026 ଉଜାପିତ ହୋଇ ଯାଇ ଅଛି । ସୁକୋକାଇ କରାଟେ ୟୁନିଅନ ତଥା ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ହାଂସି ଡକ୍ଟର ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତଵାବଧାନରେ ଏହି ଚାମ୍ପିୟନଶିପ ଆୟୋଜିତ ହୋଇଥିଲା । ଏହି ଚାମ୍ପିଅନସିପ ରେ ବାରିପଦା ଉତ୍କଳ କରାଟେ ସ୍କୁଲ ମେନ୍ ଡୋଜୋ (ଦାର୍ଗଡାହି ସ୍ଥିତ ଯୁବ୍ଲି ପେଟ୍ରୋଲ ପମ୍ପ ପାଖ )ରୁ ତଥା କ୍ୟୋନସି ଶ୍ରୀକାନ୍ତ ବାରିକ ଓ ମୁଖ୍ୟ ପ୍ରୋଷିକ୍ଷୋକୋ ରେଂଶି ସୁଶାନ୍ତ ବାରିକ ଙ୍କ ତତ୍ତଵାବଧାନରେ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ସେଥି ମଧ୍ୟରୁ ଭାରଗଭ ବାସୁରି, ଆରାଧ୍ୟା ମହାର୍ଣ୍ଣ, ତାନ୍ୟା ତାପ୍ତି ମହାନ୍ତି ଆଦି କାତା ରେ କାଂସ୍ୟ ପଦକ , ଏବଂ ସେହିପରି ରିତିକା ରାଣୀ ବେହେରା, କ୍ରିଶଦିପ କୁଣ୍ଡୁ, କିଷ୍କିନ୍ଧ୍ୟା ମୂର୍ମୁ, ପ୍ରୀୟଂଶି ବାସୁରୀ, ଆଦିର୍ ଦେ କୁମୀତେରେ ରୋପ୍ୟ, ଏବଂ ଜିଜ୍ଞାଶା ବାସୁରି,ପ୍ରୀୟଂଶୀ ହେମ୍ବ୍ରମ, ସମୀକ୍ଷା ବାରିକ,ତାନ୍ୟା ତାପ୍ତି ମହାନ୍ତି କୁମୀତେରେ କାଂସ୍ୟ ପଦକ ହାସଲ କରିଛନ୍ତି ଏବଂ ଇତିଶ୍ରୀ ନାଏକ, ଜିଜ୍ଞାଶା ବାସୁରି, କିଷ୍କିନ୍ଧ୍ୟା ମୂର୍ମୁ ଦଳଗତ କାତାରେ କାଂସ୍ୟ ପଦକ ହାସଲ କରିଛନ୍ତି । ସ୍କୁଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ଆସିଥିବା ଉପନିର୍ଦେଶୋକ କରୁଣା କର ହେମ୍ବ୍ରମ, ସେକ୍ରେଟାରୀ ଯଦୁନାଥ ନାୟକ କୃତିକୃତୋ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଛା ଜଣାଇଛନ୍ତି ।
