- ରାୟଗଡ଼ରେ ନୂଆ ବିଡିଓଙ୍କ ଦାୟିତ୍ଵ ଗ୍ରହଣ।
ରାୟଗଡ଼(ଗଜପତି) (ଟିକି ଲିମା)…. ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ଦୀର୍ଘ ଦିନ ଧରି ଖାଲି ପଡିଥିବା ବିଡିଓ ଙ୍କ ପଦବୀରେ ନୂତନ ବିଡିଓ ଭାବେ ସନ୍ତୋଷ କୁମାର ବାରିକ ଶୁକ୍ରବାର ଯୋଗ ଦେଇଛନ୍ତି। ପୂର୍ବରୁ ସେ ବାଲେଶ୍ଵର ଜିଲ୍ଲାର ରେମୁଣା ବ୍ଲକରେ ବିଡିଓ ଭାବେ କାର୍ଯ୍ୟରତ ଥିଲେ l ତତ୍କାଳୀନ ବିଡିଓ ସୁଧୀର କୁମାର ସିଂ ଙ୍କ ଅବସର ପରେ ରାୟଗଡ଼ ବ୍ଲକରେ ଦୀର୍ଘ ଦିନ ଧରି ଏହି ପଦବୀ ଖାଲି ଥିବା ବେଳେ ତହସିଲଦାର ସୁକାନ୍ତ ପ୍ରଧାନ ଭାରପ୍ରାପ୍ତ ବିଡିଓ ଦାୟିତ୍ଵ ତୁଲାଇ ଆସୁଥିଲେ I ହେଲେ ସ୍ଥାୟୀ ବିଡିଓ ଙ୍କ ଯୋଗଦାନ ପାଇଁ ଅନେକ ଦିନ ହେଲା ଲୋକେ ଦାବି କରିଆସୁଥିଲେ । ବର୍ତ୍ତମାନ ସ୍ଥାୟୀ ବିଡିଓ ଭାବେ ସନ୍ତୋଷ କୁମାର ବାରିକ ଦାୟିତ୍ଵ ନେବା ପରେ ବ୍ଲକର ଉନ୍ନତି ସହ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ସମସ୍ତ ଯୋଜନା ଓ ଜନହିତକର କାର୍ଯ୍ଯ କୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ପ୍ରାଥମିକତା ଦିଅଯିବ। ତାହାସହିତ ଅଧୁରା କାର୍ଯ୍ଯକୁ ସମ୍ପୂର୍ଣ୍ଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରତିକ୍ରିୟା ରଖିଛନ୍ତି।
