**ଡାକ୍ତରଖାନାକୁ ଡାକ୍ତରମାନେ ବିଳମ୍ବରେ ଆସୁଛନ୍ତି*
**ରୋଗୀ ହନ୍ତସନ୍ତ*
ରୁପ୍ସା:- ସରକାର ଗ୍ରାମାଞ୍ଚଳ ପ୍ରାଥମିକ ଚିକିତ୍ସା ସେବାକୁ ଗୁରୁତ୍ବ ଦେଉଥିବା କୁହାଯାଉଥିବା ବେଳେ ରୂପସା ଗୋଷ୍ଠି ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରୂପସା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ବିଳମ୍ବରେ ଆସୁଥିବାରୁ ଜନସାଧାରଣରେ ଅସନ୍ତୋଷ ଦେଖା ଦେଇଛି।ଚିକିତ୍ସାଳୟକୁ ବିଳମ୍ବରେ ଆସୁଥିବାରୁ ଆଶାନୁରୂପ ସେବା ମିଳିପାରୁନଥିଵାରୁ ଜନସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ସରକାର ପ୍ରବଳ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ସକାଳ ୭ ଟାରୁ ଦିନ ୧୧ ଟା ଓ ଅପରାହ୍ନ ୩ ତାରୁ ସନ୍ଦ୍ୟା ୫ ଟା ପ୍ରଯ୍ୟନ୍ତ ଖୋଲାଯିବାର ସରକାରଙ୍କ ନିର୍ଦ୍ଧେଶ ଥିବାବେଳେ, ରୂପସା ସରକାରୀ ଚିକିତ୍ସାଳୟର ଦିନ ୧୦:୨୦ ଟା ପର୍ଯ୍ୟନ୍ତ ଡାକ୍ତରାଣୀଙ୍କ ଦେଖାନାହିଁ। କିନ୍ତୁ ହସ୍ପିଟାଲ ଖୋଲା ରହୁଛି, କର୍ମଚାରୀମାନେ ବି ଅଛନ୍ତି। ହେଲେ ରୋଗୀ ସକାଳ ୭ ଟା ପାଖରୁ ଆସି ଛୋଟ ଛୋଟ ପିଲାଙ୍କୁ ଧରି ଡାକ୍ତରଙ୍କ ଅପେକ୍ଷାରେ ବାହାରେ ଲମ୍ବା ଲାଇନରେ ବସି ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଛି।ଡ଼କ୍ତର ମାଡ଼ାମଙ୍କୁ ପଚାରି ବାରୁ କହୁଛନ୍ତି ମୁଁ ରୂପସା ମେଡିକାଲ ପାଇଁ ଡ଼ାକ୍ଟର ନୁହେଁ। ମୁଁ କଟକ ମେଡିକାଲ ଡ଼ାକ୍ଟର ମୋର ରୂପସା ମେଡିକାଲରେ କିଛି କାମ ନାହିଁ।ତେବେ ଡ଼ାକ୍ତର ବିଳମ୍ବରେ ଆସୁଥିବା ଯୋଗୁଁ ଗ୍ରାମାଞ୍ଚଳ ରୋଗୀ ଉଚିତ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏନେଇ ଲୋକଙ୍କ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି।ତେବେ ତୁରନ୍ତ ଏଥିପ୍ରତି ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
