*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଗ୍ରେଶନ ଧର୍ମଶାଳା ପରିସର ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷ ରୁ ପ୍ରମୁଖ ଜନ ସଂଗୋଷ୍ଠୀ କର୍ଯ୍ୟକ୍ରମ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ତ:୨୫.୦୪.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଗ୍ରେଶନ ଧର୍ମଶାଳା ପରିସର ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷ ରୁ ପ୍ରମୁଖ ଜନ ସଂଗୋଷ୍ଠୀ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘ ଅଖିଳ ଭାରତୀୟ ସହ ସମ୍ପର୍କ ରମେଶ ପାପା ଜି ଆସି ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘ ଗଠନ ର ୧୦୦ ବର୍ଷ ପୂର୍ତ୍ତି ଅବସରରେ ସମାଜ ସଂସ୍କାର, ପରିବାର କୁ ସଙ୍ଗଠିତ କରିବା ସହ ହିନ୍ଦୁ ଏକତା,ସମରସତା ଜାଗ୍ରତ କରିବାକୁ ଆହ୍ୱାନ କରିଥିଲେ । ବିଶେଷ ରୂପେ ପରିବାର ସମ୍ପର୍କ ଏବଂ ତିନି ଗୋଟି ମାଁ ସୁରକ୍ଷା, ଜନ୍ମ ଦାତ୍ରୀ ମାଁ, ମାଟି ମାଁ ଏବଂ ଗୋମାତା ଙ୍କ ସୁରକ୍ଷା ପ୍ରକୃତି ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ। ସମାଜର ପ୍ରମୁଖ ଜନ ସଂଗୋଷ୍ଠୀ ଯୋଗ ଦେଇ ନିଜ ସୁଚିନ୍ତିତ ମତାମତ ଦେଇଥିଲେ। ସଭାରେ ବିନୋଦ କୁମାର ଅଗ୍ର, ସହ ବହୁ ସଚେତନ ନାଗରିକ ଯୋଗ ଦେଇଥିଲେ।
