ନୂତନ ଗୃହ ଶ୍ରେଣୀ ପାଇଁ ଗ୍ରାମ ବାସି ବିରୋଧ l
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଉଳିଗଡ ପଞ୍ଚାୟତର ଜୁହାରପୁର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ର ଶ୍ରେଣୀଗୃହ ନୂତନ ପାଇଁ ଗ୍ରାମବାସି ବିରୋଧ କରୁଛନ୍ତି l ଜୁହାରପୁର ପ୍ରାଥମିକ ବିଦ୍ୟାଳୟ ୧୯୭୨ ମସିହାରେ ସ୍ଥାପିତ ହେଇଥିଲା ଏଠାରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଅଛି ଓ କରାଯାଉଛି l ମାତ୍ର ୨ଜଣ ଶିକ୍ଷକ ଥିବା ବେଳେ ଗୋଟିଏ ଭଲ କୋଠରୀ ଅଛି,ଅନେକ କୋଠରୀ ଭଙ୍ଗାରୁଜା ଅବସ୍ଥାରେ ଅଛି l କେତେ ବେଳେ ଗୃହଗୁଡିକ ଭୁଶୁଡି ପଡିବ ତାହା ଜଣାପଡିବ ନାହିଁ l କାରଣ ଅଳ୍ପ ପବନ ବହିଲେ ଟାଇଲି ଗଳି ପଡୁଚି l କେତେବେଳେ କାହାରବି ଜୀବନ ଯାଇପାରେ ଓ ସେଥିପାଇଁ ଗ୍ରାମବାଶି ମାନେ ମରାମତିପାଇଁ ମନା କରିଛନ୍ତି l ନୂତନ ଗୃହ ପାଇଁ ବିରୋଧ କରିଛନ୍ତି l ୱାର୍କ ଓଡ଼ର ନଥିବାରୁ ଗ୍ରାମ ବାସିମାନେ ବିରୋଧ କରୁଛନ୍ତି ଗ୍ରାମ ବାସି ମାନେ ସେ କଣ୍ଟ୍ରାକ୍ଟରକୁ ବୁଝାଇ କହିଛନ୍ତି କି ଓଡର ଆଣ କାମକର ଏତେ କହିଲା ପରେବି ଶୁଣିନଥିଲେ l ତାପରେ ଗ୍ରାମବାଶି କରିଥିଲେ ବିରୋଧ କରିଥିବା ଲୋକ, ୧ ଶିଶିର ନାଏକ, ୨ ସୁବଳ ନାଏକ,୩ ମହେଶ୍ୱର ନାଏକ, ୪ ମଙ୍ଗରାଜ ନାଏକ, ୫ ଭରତ ନାଏକ ଓ ଅନ୍ୟମାନେ ଗ୍ରାମବାସି ବୃନ୍ଦ,ଗ୍ରାମବାସୀ ମାନେ କହିଛନ୍ତି ଏହାର ସମାଧାନ ପ୍ରତିକ୍ରିୟା କରି କାମ ଚାଲୁ ରହୁ l
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
