ପାଣ୍ଡିଆସାହି ନାରାୟଣୀ ପୀଠ ଓ କୁଆମଙ୍ଗା ମଙ୍ଗଳା ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣାହୁତି।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଧିନସ୍ଥ ବରାଗୋଳ ପଞ୍ଚାୟତ ପାଣ୍ଡିଆସାହି ନାରାୟଣୀ ପୀଠ ଓ ଜଗନ୍ନାଥପୁର ପଞ୍ଚାୟତ କୁଆମାଙ୍ଗା ମଙ୍ଗଳା ପୀଠରେ ଚଳିତ ମାସ ୨୦ ତାରିଖରେ ଅଙ୍କୁରାରୋପଣ କରାଯାଇ ୨୧ତାରିଖ ମଙ୍ଗଳବାର କଟକ ଜିଲ୍ଲା ଶିର୍ଲୋ ପଞ୍ଚାୟତ ସ୍ଥିତ ମହାନଦୀ ଶନି ଘାଟରୁ ସତାଧିକ ମହିଳା ଓ ପୁରୁଷ ପୁଜାର୍ଚନା କରି କଳସ ଯାତ୍ରାରେ ଆସି ଉଭୟ ଯଜ୍ଞ ମଣ୍ଡପରେ ପହଁଚିବା ପରେ କଳସ ଘରି ସ୍ଥାପନା କରାଯାଇଥିଲା। ପରେ ସୂର୍ଯ୍ୟ ପୂଜା ଘଟ ମଣ୍ଡଳଆଦି ପୂଜା ସହିତ ଅଗ୍ନି ସ୍ଥାପନ କରାଯାଇଥିବାବେଳେ ୨୨ବୁଧବାର ସୂର୍ଯ୍ୟ ପୂଜା ଭଗବତ ଗୀତା ଆହୁତି କରାଯାଇଥିଲା। ୨୩ତାରିଖ ଗୁରୁବାର ସୂର୍ଯ୍ୟ ପୂଜା ଗୋ ପୂଜା, ଘାଟମଣ୍ଡଳାଦି ପୂଜା, ସପ୍ତସତୀ ଚଣ୍ଡୀ ଆହୁତି ଓ ପୂର୍ଣାହୁତି କରାଯାଇଥିଲା। କର୍ତାକର୍ତ୍ତୀ ଭାବେ ପାଣ୍ଡିଆସାହିରେ ପ୍ରମୋଦ ସ୍ୱାଇଁ ପତ୍ନୀ ପ୍ରଭାତି କୁଆମାଙ୍ଗାରେ ସଚ୍ଚିକାନ୍ତ ନାୟକ ପତ୍ନୀ ଚିନ୍ମୟୀ କାର୍ଯ୍ୟ ସମ୍ପାଦନ କରିଥିଲେ। ଉଭୟ ଗ୍ରାମବାସୀଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାରେ ସୋମବାରରୁ ଚାଲିଥିବା ଯଜ୍ଞ ମଣ୍ଡପ ନିକଟରେ ପ୍ରତିଦିନ ଭକ୍ତ ଶ୍ରଦ୍ଧାଳୁ ପ୍ରସାଦ ସେବନ କରି ପ୍ରଭୁ କୃପା ଭିକ୍ଷ୍ୟା କରିଥିଲେ।
