
କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଡମ୍ବ ଯୁବ ସମାଜର ସାଧାରଣ ବୈଠକ ଓ କର୍ମ କର୍ତ୍ତା ଚୟନ ।
କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳ ଜିଲ୍ଲାର ଏକ ପ୍ରମୁଖ ଅଞ୍ଚଳ।ପ୍ରାୟ ୧୬ ଟି ପଞ୍ଚାୟତ ଏହି ଦଣ୍ଡପାଟ ଅଞ୍ଚଳରେ ଆସିଥାଏ। ଶିକ୍ଷା,କଳା, ଓ ସଂସ୍କୃତି କ୍ଷେତ୍ରରେ ଦଣ୍ଡପାଟ ଅଞ୍ଚଳ ବେଶ ପରିଚିତଏବଂ ଚର୍ଚ୍ଚିତ। ଏହାକୁ ଦୃଷ୍ଟିରେ ରଖି ଡମ୍ବ ସମାଜର ଯୁବକ ଭାଇ ମାନଙ୍କୁ ନେଇ ତା ୦୪/୦୫/୨୫ ରିଖ ଘ୧୦ଣ୍ଟା ସମୟରେ ରବିବାର ଦିନ ବେହେରା ନିକଟସ୍ଥ ମିର୍ଜାପୁର ଆମ୍ବତୋଟା ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଅଶୋକ କୁମାର ନାଏକ ଙ୍କ ସଭାପତିତ୍ବରେ ଦଣ୍ଡପାଟ ଅଞ୍ଚଳର ଶତାଧିକ ଶିକ୍ଷିତ ଯୁବକ, ବୁଦ୍ଧିଜୀବି ମାନେ ଉପସ୍ଥିତ ରହି ସର୍ବ ସମ୍ମତି କ୍ରମେ ସଂଘର ସଭାପତି ଭାବେ କିରଣ କୁମାର ପାଣିଗ୍ରାହୀ, ଉପସଭାପତି ପ୍ରଦୀପ ସେଠୀଆ, ସମ୍ପାଦକ ଦିଶାନ୍ତ ବେଶ୍ରା, ସହ ସମ୍ପାଦକ ଜଗଦୀଶ ଦୁର୍ଗା, କୋଷାଧ୍ୟକ୍ଷ ମୂରଲୀଧର ସୁନାନୀ ମନୋନୀତ କରାଯାଇଥିଲା । ସମାଜରେ କେମିତି ସମସ୍ତେ ମିଳମିଶି ପରଷ୍ପର ଭିତରେ ଭାଇଚାରା ରକ୍ଷା କରି ନିଜ ସମାଜର ଉନ୍ନତି ନିମନ୍ତେ ସହାୟକ ହେଇ ପାରିବେ ତା ଉପରେ ବକ୍ତା ମାନେ ନିଜ ନିଜର ବକ୍ତବ୍ୟ ରଖି ବିଚାର ଆଲୋଚନା ହୋଇଥିଲା ।ଉପେଦଷ୍ଟା ମଣ୍ଡଳୀରେ ଭରତ ଦୁର୍ଗା, ହରେଶ ପାଣିଗ୍ରାହୀ, ଗଜେନ୍ଦ୍ର ଚଳାନ, ବବଲୁ ଦୁରିଆ, ଆନନ୍ଦ ସୁନାନୀ , ଅଶୋକ କୁମାର ନାୟକ, ଟହକାନ୍ତ ବାଗ ପ୍ରମୁଖ ରହିଥିବା ବେଳେ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଭାବରେ ଗୋକୁଳ ଜାଲ, ହଜମନ ନୀଆଲ୍, ସଶିଧର ସାଗର, ମେଘନାଦ ଚଲାନ, ସିଶୁଦେବ ନାଏକଙ୍କୁ ମନୋନୀତ କରଯାଇଛି।ସଭାଟିକୁ ଆନନ୍ଦ ସୁନାନୀ ପରିଚାଳନା କରିଥିବା ବେଳେ ଜଗଜୀବନ ଦୁରିଆ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞ୍ଜଦୁତ ଖବର କାଗଜ)