*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କାର୍ଯ୍ୟଳୟ ପରିସର ମଧ୍ୟରେ ଥଣ୍ଡା ଶୁଦ୍ଧ ପାନୀୟ ଜଳ ବଣ୍ଟନ ପ୍ରକଳ୍ପ ଜଳଛତ୍ର ଉଦ୍ଘାଟନ*
ନୂଆପଡା(ମିଖାଏଲ ନନ୍ଦ)
ତ:୨୧.୦୪.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କାର୍ଯ୍ୟଳୟ ପରିସର ମଧ୍ୟରେ ଥଣ୍ଡା ଶୁଦ୍ଧ ପାନୀୟ ଜଳ ବଣ୍ଟନ ପ୍ରକଳ୍ପ ଜଳଛତ୍ର ଉଦ୍ଘାଟନ କରିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷ ରୁ ଜଳ ଛତ୍ର ଉଦ୍ଘାଟନ କରିଛନ୍ତି। ଖୁବ ଶୀଘ୍ର ଥଣ୍ଡା ଆରୋ ଜଳ ବଣ୍ଟନ ପ୍ରକଳ୍ପ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଜଳଛତ୍ର ଉଦ୍ଘାଟନ ଉପଲକ୍ଷେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଖଡ଼ିଆଳ ବିଡିଓ ମିଳନ କୁମାର ଝାଙ୍କର, ସମାଜସେବୀ ଅକ୍ଷୟ ନନ୍ଦ, ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟସଭ୍ୟା ମାନେ ଯୋଗ ଦେଇଥିଲେ।
