ସ୍କୁଲ ଗେଟ ତଳେ ଚାପି ହୋଇ ୨ଛାତ୍ରୀ ମୃତ୍ୟୁ ଘାଟଣ,
ଘଟଣାସ୍ଥଳରେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା,
ପ୍ରଧାନଶିକ୍ଷକ ନିଲମ୍ବିତ, ଠିକାଦାର ନାମରେ ମାମଲା ରୁଜୁ।
ଗଜପତି (ଟିକି ଲିମା)
ଗଜପତି ଜିଲା ଆର୍.ଉଦୟଗିରୀ ଥାନା ତଥା ନୂଆଗଡ଼ ବ୍ଲକ ଅନ୍ତର୍ଗତ ପି.ଅନ୍ତରଡା ପଞ୍ଚାୟତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଦିନ ଖେଳୁଥିବା ବେଳେ ଗେଟ୍ ତଳେ ଚାପି ହୋଇ ୨ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା।ଗତକାଲି ପ୍ରଶାସନିକ ଅଧିକାରୀ ଗସ୍ତ କରି ଅନୁଧ୍ୟାନ କରିଥିଲେ। ତେବେ ଆଜି ଘଟଣାସ୍ଥଳରେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ଓ ଜିଲା ପ୍ରଶାସନ ପହଞ୍ଚି ତଦନ୍ତ କରିଛନ୍ତି। ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ଜିଲ୍ଲା ପ୍ରଶାସନ ୭ଦିନ ଭିତରେ ଘଟଣାର ତଦନ୍ତକରି ବିବୃତି ଦେବାକୁ ନିର୍ଦେଶ ଦେଇଛନ୍ତି ଏବଂ ଘଟଣାରେ ଯିଏ ବି ଦୋଷୀ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲାରେ ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ବିଦ୍ୟାଳୟ ଗୁଡିକର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଅଧ୍ୟକ୍ଷା। ଏହା ସହ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। । ଏହା ସହିତ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ପ୍ରଧାନଶିକ୍ଷକ ସେତୋ ରାଇକାଙ୍କୁ ନିଲମ୍ବିତ କରାଯାଇଛି। ଏପଟେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଠିକାଦାର ପ୍ରମିଳା ପୂଜାରୀଙ୍କ ବିରୋଧରେ ଆର୍ ଉଦୟଗିରି ଥାନାରେ ମାମଲା ରୁଜୁ କରାଯାଇ ଥିବା ଜଣାପଡିଛି।
ଶିକ୍ଷା ବିଭାଗରୁ ବିଭିନ୍ନ ପଦାଧିକାରୀ ଅନେକ ସମୟରେ ବିଭିନ୍ନ ସ୍କୁଲ ପରିଦର୍ଶନ କରୁଥିବା ଶୁଣିବାକୁ ମିଳୁଛି। ଦେବେ ସ୍କୁଲର କେଉଁ ସବୁ ତଦନ୍ତ କରୁଛନ୍ତି ତାହା ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ନିରୀହ ଦୁଇ ଛାତ୍ରୀଙ୍କ ଜୀବନ ଚାଲିଗଲା। କାହାର ଦୋଷ ଦୃର୍ବଳ ରହିଛି ପ୍ରଶ୍ନ ସୃଷ୍ଟି ହୋଇଛି
