ଦ୍ୱାଦଶ କାର୍ଯ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
ବ୍ରହ୍ମପୁର -ବ୍ରହ୍ମପୁର କେଶବ ନଗରସ୍ଥିତ ତୃତୀୟ ଗଳି ର ଚଳିତ ବୈଶାଖ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ବିଶ୍ଵନାଥ ଡାକୁଆ ଇହଲୀଳା ସମ୍ଭରଣ କରିଥିଲେ। ସେ ଜଣେ ସମାଜସେବୀ, ପରପୋକରୀ ଏବଂ ଧାର୍ମିକ ବ୍ୟକ୍ତି ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୬ବର୍ଷ ହୋଇଥିଲା ତାଙ୍କର ଅକାଳ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।ଦ୍ୱାଦଶ କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ସ୍ୱର୍ଗୀୟ ବିଶ୍ଵନାଥ ଡାକୁଆ ଙ୍କ ଅମର ଆତ୍ମା ର ସଦଗତି କାମନା କରି ଭକ୍ତି ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି ପେରିପ୍ରେକ୍ଷୀରେ ନିଜ ପରିବାରର ପୁଅ, ଝିଅ, ବୋହୁ,ନାତିନାତୁଣୀ ଏବଂ ବନ୍ଧୁପରିବାର ବର୍ଗ ମଧ୍ୟ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମା ର ସଦଗତି କାମନା କରି ସ୍ଵର୍ଗରେ ରହି ପରିବାର ପ୍ରତି ଆଶୀର୍ବାଦ କାମନା କରିଥିଲେ।
