ପୁରୁଣାକଟକ ହନୁମାନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳିତ
———————————–
ପୁରୁଣାକଟକ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଜୟନ୍ତୀ ସମାରୋହ ବହୁତ ଆଡମ୍ବର ସହକାରେ ପାଳନ ହୋଇଯାଇଛି l ଏହି ସମାରୋହରେ ଶହ ଶହ ଶ୍ରଦ୍ଧାଳୁ ଯୋଗଦାନକରି ପ୍ରଭୁ ହନୁମାନଙ୍କର ପୂଜନ, ହୋମ ଓ ପୂର୍ଣ୍ଣାହୁତିରେ ଯୋଗଦାନକରି ପ୍ରଭୁକୃପା ଲାଭ କରିଥିଲେ l ଅପରାହ୍ନ 5 ଘଟିକା ସମୟରେ ସୁଦୂର ଭୁବନେଶ୍ୱରର ସମାଜସେବୀ ସାଗର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନକରି ପ୍ରଭୂ ହନୁମାନଙ୍କର କୃପାଭିକ୍ଷା ଲାଭ କରିଥିଲେ l ତତ୍ପରେ କମିଟିର ସଭାପତି ରାଧେଶ୍ୟାମ ଅଗ୍ରୱାଲ, ଭଗବାନ ସାହୁ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ଶ୍ରୀ ପଟ୍ଟନାୟକଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ଶ୍ରୀ ପଟ୍ଟନାୟକ ମଧ୍ୟ ମନ୍ଦିର ନିର୍ମାଣ ନିମନ୍ତେ ଜାଗା ପ୍ରଦାନ କରିଥିବା ସ୍ବର୍ଗତ ନୀଳମଣି ସାହୁଙ୍କ ସୁପୁତ୍ର ସତ୍ୟନାରାୟଣ ସାହୁ ଓ ମନ୍ଦିର ନିର୍ମାଣ କରାଇ ପ୍ରତିଷ୍ଠା କରିଥିବା ରାଧେଶ୍ୟାମ ଅଗ୍ରୱାଲ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ l ଏହାପରେ ଶହ ଶହ ଶ୍ରଦ୍ଧାଳୁଙ୍କ ଦ୍ୱାରା ଏକ ବିଶାଳ ସମାରୋହରେ ପୁରୁଣାକଟକ ନଗର ପରିକ୍ରମା କରି ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ଧ୍ୱନି ଓ ସଂଗୀତରେ ପୁରୁଣାକଟକ ଅଯୋଧ୍ୟା ପାଲଟି ଯାଇଥିଲା l ଶେଷରେ ଆଖପାଖ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ପ୍ରଭୁ ହନୁମାନଙ୍କର ପଣା ପ୍ରସାଦ ଗ୍ରହଣକରି ପ୍ରଭୁକୃପା ଲାଭ କରିଥିଲେ l ଏହି ପୂଜନ କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ଉମାଶଙ୍କର ପଟ୍ଟନାୟକ ଓ ତାଙ୍କର ସହଧର୍ମିଣୀ ସୁଜାତା ପଟ୍ଟନାୟକ ଉପସ୍ଥିତ ଥିବାବେଳେ କମିଟିର ସମସ୍ତ ସଭ୍ୟ ଓ ଆଜୀବନ ସଦସ୍ୟ ବୃନ୍ଦ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ l
