ମହିଳା ସମିତି ଓ ଆଶ୍ରମ ଅନ୍ତେବାସୀଙ୍କ ପ୍ରାର୍ଥନା
ପଣା ସଂକ୍ରାନ୍ତିର ମହନୀୟତାରେ ସମସ୍ତେ ଉଦବୁଦ୍ଧ ହୁଅନ୍ତୁ !
ବରଗଡ଼, ୧୪/୪(ଯୋଗେନ୍ଦ୍ର ସାହୁ )- ପଣା ବଣ୍ଟନ ପରସ୍ପର ମଧ୍ୟରେ ଭାଇଚାରା ଓ ସମ୍ପର୍କକୁ ସୁଦୃଢ଼ କରିଥାଏ। ବନ୍ଧୁବାନ୍ଧବ ଏବଂ ପଡ଼ୋଶୀଙ୍କୁ ପଣା ଦେବା ଦ୍ଵାରା ପ୍ରେମ ଓ ଏକତା ବୃଦ୍ଧି ପାଏ। ତେବେ ଏଭଳି ଭାବ ଆଦାନ ପ୍ରଦାନରୁ ବଞ୍ଚିତ ବୃଦ୍ଧ ବୃଦ୍ଧାଙ୍କ ଗହଣରେ ବରଗଡ଼ ମହିଳା ସମିତି ଆଜି ପଣା ସଂକ୍ରାନ୍ତି ପାଳନ କରିଥିଲା। ବରଗଡ଼ ଘରୋଇ ବସଷ୍ଟାଣ୍ଡ ନିକଟସ୍ଥ ‘ଆଶ୍ରୟ ସ୍ଥଳୀ’ ଅନ୍ତେବାସୀ ମାନଙ୍କୁ ଶୀତଳ ପାନୀୟ ସହ ଫଳ, ବିସ୍କୁଟ, ମିଠା ଦେଇ ପଣା ସଂକ୍ରାନ୍ତିର ପାରମ୍ପରିକ ପରମ୍ପରା ସହ ସେମାନଙ୍କୁ ସାମିଲ କରିଥିଲେ। ଶରୀର, ମନ ଓ ସମାଜକୁ ସୁସ୍ଥ ଓ ସମୃଦ୍ଧ କରିବା ପାଇଁ ପଣା ସଂକ୍ରାନ୍ତି ପାଳନର ଉଦ୍ଦେଶ୍ୟ ସାଧିତ ହେଉ ଏବଂ ପରିବାର ଓ ସମାଜରୁ ଏଭଳି ବିଚ୍ଛିନ୍ନ ଜୀବନ କାହାରି ଭାଗ୍ୟରେ ଆଗକୁ ନଯୁଟୁ ବୋଲି ଅନ୍ତେବାସୀଙ୍କ ସହ ମିଶି ସମିତିର ସଭ୍ୟାଗଣ ପ୍ରାର୍ଥନା କରିଥିଲେ। ସମିତିର ସଭାନେତ୍ରୀ ମନ୍ଦାକିନୀ ପତିଙ୍କ ନେତୃତ୍ୱରେ କବିତା ଦେବତା, ମୀନା ପଣ୍ଡା, ଦିବ୍ୟକାଣ୍ଟି ଭୋଇ, ମିନାକ୍ଷୀ କର, ରିନୁ ପତି, ସୁମିତ୍ରା ଦାଶ, ଗୀତାଞ୍ଜଳି ପାଣିଗ୍ରାହୀ, ସୁନିତା କର, କନକ ପ୍ରଧାନ, ଡ଼ା କମଳିନୀ ଶତପଥୀ, ଗୀତା ମିଶ୍ର, ଜୟନ୍ତୀ ପ୍ରଧାନ, ସୁଧାଂଶୁବାଳା ଦାଶ, ସଂଘମିତ୍ରା ପଟେଲ, ମଞ୍ଜୁ ପ୍ରଧାନ, ସୁଜାତା ପ୍ରଧାନ, ଅଞ୍ଜନା ଦାସ, ତାନିମା ଦାଶ, ଏନିମା ଚକ୍ରବର୍ତ୍ତୀ, ପଦ୍ମିନୀ ସାହୁ, ସସ୍ମିତା ପଟ୍ଟନାୟକ ଓ ସଂଗୀତା ଗୁପ୍ତା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
