ମହାବିଷୁବ ସଂକ୍ରାନ୍ତି ଅବସରରେ ହନୁମାନ ଜୟନ୍ତୀ ପାଳିତ।
ଶେରଗଡ଼ , (ରିପୋର୍ଟ :- ରାଜକିଶୋର ସାବତ, ଭଞ୍ଜଦୁତ ଖବର)- ଶେରଗଡ଼ ବ୍ଲକ୍ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମରେ ମହାବିଷୁବ ସଂକ୍ରାନ୍ତି ଅବସରରେ ହନୁମାନ ଜୟନ୍ତୀ ମହାଆଡମ୍ବର ସହ ପାଳିତ ହୋଇଯାଇଛି। ହନୁମାନ ଜୟନ୍ତୀ ଅବସରରେ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ ପ୍ରାଙ୍ଗଣରେ ହନୁମାନଙ୍କ ବିଗ୍ରହ ପ୍ରତିମୂର୍ତ୍ତି ଙ୍କ ସାମ୍ନାରେ ପୂଜା ଅର୍ଚ୍ଚନା କରିଥିଲେ। ଗ୍ରାମର ଲୋକ ମାନଙ୍କ ଦ୍ୱାରା ୧୦୮ ହନୁମାନ ଚାଳିଶା ପଠନ କରାଯାଇଥିଲା। ଭଜନ କୀର୍ତ୍ତନ କରି, ସମାଜର ମଙ୍ଗଳ ଏବଂ ବିଶ୍ୱର କଲ୍ୟାଣ ପାଇଁ ପ୍ରଭୁ ଶ୍ରୀ ହନୁମାନ ଙ୍କ ଠାରେ ପ୍ରାର୍ଥନା କରାଯାଇଥିଲା। ପରିଶେଷରେ ହନୁମାନ ବିଗ୍ରହଙ୍କୁ ଆରତୀ କରି ଓ ପୁଷ୍ପାଞ୍ଜଳି ଦେଇ ପୂଜା ଭଙ୍ଗ କରିଥିଲେ। ଗ୍ରାମର ଯୁବକ ମାନେ ପ୍ରସାଦ କୁ ପଣା କରି ସେହି ରାସ୍ତା ରେ ଯାଉଥିବା ଯାତ୍ରୀ ମାନଙ୍କୁ ବଣ୍ଟନ କରିଥିଲେ। କେଦାନାଥ ପାଢ଼ୀ,ରମେଶ ଚନ୍ଦ୍ର ପାଢ଼ୀ, ପ୍ରସନ୍ନ କୁମାର ପଣ୍ଡା,ନୀଳାମ୍ବର ପାଢ଼ୀ, ଦୁର୍ଗାମାଧବ ପାଢ଼ୀ, ମୁରଲୀ ପାଣିଗ୍ରାହୀ,ନାଇକ ପଣ୍ଡା, ଜଗତକୁମାର ପାଣିଗ୍ରାହୀ , କାଳିଆ ପଣ୍ଡା, ବୈକୁଣ୍ଠ ସାବତ ନିଜ ନିଜର ଦାୟିତ୍ୱ ସୁଚାରରୂପେ ତୁଲାଇଥିଲେ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ , ଏବଂ ମହାଆଡମ୍ବର ସହିତ ହନୁମାନ ଜୟନ୍ତୀ ପାଳନ କରିଥିଲେ।
