*ରୁଷି ପୀଠ ଯୋଗୀ ମଠ ମହୋତ୍ସବ ଦ୍ବିତୀୟ ସଁନ୍ଧ୍ୟା, ମନ ମୋହିଲା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ*
ନୂଆପଡା(ମିଖାଏଲ ନନ୍ଦ) ତା :-୧୨/୦୪/୨୬
ନୂଆପଡା ଜିଲ୍ଲା ଖଡ଼ିଆଳବ୍ଲକ ଅନ୍ତର୍ଗତ ତୁକୁଲା ସ୍ଥିତ ରୁଷି ପୀଠ ଯୋଗୀ ମଠ ମହୋତ୍ସବ ଦ୍ଵିତୀୟ ଦିନରେ ପହଞ୍ଚିଛି। ଦ୍ଵିତୀୟ ଦିନର ସାଂସ୍କୃତିକ ସଭାରେ ରୁଷିପୀଠ ଯୋଗୀ ମଠ ମହୋତ୍ସବ ପାଳନ କମିଟିର ଉପ ସଭାପତି ବୁଦାଙ୍ଗ ଜାନୀ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ସମ୍ମାନିତ ଅତିଥ୍ ଭାବେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଖଡ଼ିଆଳ ଉଜ୍ଜଳ ଗୁପ୍ତା, ଗୋଷ୍ଠୀ ଉନ୍ନୟନ ଅଧୂକାରୀ ଖଡ଼ିଆଳ ମିଲନ କୁମାର ଝାଙ୍କର, ଖଡ଼ିଆଳ ତହସିଲଦାର ନରସିଂଙ୍ଗ ଗଦବା, ଖାସବାହାଲ ଗ୍ରାମ ପଞ୍ଚାୟତ ସରପଞ୍ଚ କୁନୁ ଚରଣ ବେହେରା, ବଙ୍ଗୋମୁଣ୍ଡା ବ୍ଲକ ବଳଧା ଗ୍ରାମ ପଞ୍ଚାୟତ ସରପଞ୍ଚ ସଦାଚରଣ ତାଣ୍ଡି, ମଞ୍ଚସିନ ଥିବା ବେଳେ ।
ମୁଖ୍ୟବକ୍ତା ଭାବେ ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ତଥା ବିଶିଷ୍ଟ କଳାକାର ଅର୍ଜୁନ ଛତ୍ରୀଆ ଯୋଗଦାନ କରି ରୁଷି ପୀଠ ଯୋଗୀ ମଠ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ଇତିହାସ, ଧର୍ମ ସଂସ୍କୃତି ପରମ୍ପରାର ଅନ୍ୟାନ୍ୟ ପ୍ରତୀକ। ଏହାର ପ୍ରଚାର ପ୍ରସାର ତଥା ରକ୍ଷାଣ ବେକ୍ଷଣରେ ଜନ ଭାଗିଦାରୀତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ମହୋତ୍ସବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ଶିକ୍ଷାବିତ ବିଭୂତି ଦାଶ ସ୍ବାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବେଣୁପାଣି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରାରମ୍ଭିକ ସଂଗୀତ ତୁକୁଲା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ପରିବେଷଣ କରିଥିଲେ।। ପରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଖଡ଼ିଆଳ ଲିଟିଲ ଷ୍ଟାର ପବ୍ଲିକ ସ୍କୁଲର ଓଡ଼ିଶୀ, ବୋଡ଼େନ ଧୋବେଇ ସେବାଶ୍ରମର ଆଦିବାସୀ ନୃତ୍ୟ, ଖଡ଼ିଆଳର ଜୟ ମାତାଦି ସାଂସ୍କୃତିକ ଅନୁଷ୍ଠାନର ସୁନାଦେଇ ଯାତ୍ରା, ପଲସଦା ସେବାଶ୍ରାମ ବୋଡ଼େନ ଘୁଡକା ନୃତ୍ୟ, ସିନାପାଲି ବ୍ଲକ ନିଲଜୀ ପଶ୍ଚିମ ଓଡ଼ିଶା ଫୋକ ଡ୍ୟାନ୍ସ, ଖଡ଼ିଆଳ ବଙ୍କାପୁରର ହନ୍ଦ୍ରଶେଖର,ଦିନବନ୍ଧୁ ଓ ଦେବେନ୍ଦ୍ର କମେଡି, ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନ ଘୁମୁରା, ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନର ପଞ୍ଚରସୀ ପରିବେଷଣ କରାଯାଇଥିଲା।
