ଲୋକକଳା ପାଈଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
(ଧର୍ମାନନ୍ଦ ସେଠି ଙ୍କ ଖବର )
କାମାକ୍ଷାନଗର –
ଓଡ଼ିଆ ପକ୍ଷ ପାଳନ ଅବସରରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସ୍ଥିତ କଳାଗ୍ରାମ
ରାୟନୃସିଂହପୁର ଠାରେ ଲୋକକଳା ପାଈଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଏଥିରେ କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଦିନମଣୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ, ଲୋକକଳା ଆମ ସଂସ୍କୃତି ତଥା ପରମ୍ପରାର ଅଭିଛେଦ୍ୟ ଅଙ୍ଗ l ଏହାର ସୁରକ୍ଷା ତଥା ବିକାଶ ଅମର ଉତ୍ତରଦାଇତ୍ୱ l ଅନ୍ୟତମ ସମ୍ମାନିତ ଅତିଥି ଭାବେ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରେମାନନ୍ଦ ସାହୁ, ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଭୁକଲ୍ୟାଣ ଦାସ, ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଦୀପକ କୁମାର ମିଶ୍ର ଯୋଗଦେଇଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲୋକ କଳାକାର ଓ ଅତିଥିବୃନ୍ଦ ଗ୍ରାମ ପ୍ରରିକ୍ରମା କରିଥିଲେ l ଏହାପରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ସାଧାରଣ ସଭା, ଲୋକ କଳା ନୃତ୍ୟ ପରିବେଷଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଇଥିଲା l
