ଖଡ଼ଗେଙ୍କୁ ନେଇ ଟିପ୍ପଣୀ ପ୍ରତିବାଦରେ ବିର୍ସା ମୁଣ୍ଡା ଛକରେ କୁଶପୁତଳିକା ଦାହ
ଦେବଗଡ଼ : ବିଜେପି ନେତା ହିମନ୍ତ ବିଶ୍ୱଶର୍ମାଙ୍କ ଦ୍ୱାରା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନେଇ କରାଯାଇଥିବା ଅଶାଳୀନ ଟିପ୍ପଣୀକୁ ନିନ୍ଦା କରି ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଦେବଗଡ଼ର ବିରସା ମୁଣ୍ଡା ଛକରେ କୁଶପୁତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆଜି ସନ୍ଧ୍ୟାରେ ଆୟୋଜିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସେମ୍ ହେମ୍ବ୍ରମ, ରେବତୀ ମୋହନ ପଟ୍ଟନାୟକ, ଆକାଶ ଦାଶ, ଜିତେନ୍ଦ୍ର ବେହେରା, ରମେଶ ଚନ୍ଦ୍ର ପାତ୍ର, ସୁଶିଲ କୁମାର ଗୁରିଆ, କୁନା ଦେବ, ସୁଶିଲ ମାଝି, ଏଲିଆସ ତିର୍କେୟ ଓ ସୁମନ୍ତ ବେହେରା ସହିତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ।
ପ୍ରତିବାଦକାରୀମାନେ ଏକତ୍ରିତ ହୋଇ ହିମନ୍ତ ବିଶ୍ୱଶର୍ମାଙ୍କ କୁଶପୁତଳିକା ଦାହ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଅବସରରେ ନେତାମାନେ କହିଥିଲେ ଯେ, ଏପରି ଅଶାଳୀନ ଓ ଅସଭ୍ୟ ଟିପ୍ପଣୀ ଗଣତନ୍ତ୍ର ପାଇଁ ଅନୁଚିତ ଏବଂ ଏହାକୁ କଂଗ୍ରେସ କେବେ ବି ସହନ କରିବ ନାହିଁ।
ପ୍ରଦେଶ କଂଗ୍ରେସ କମିଟିର ନିର୍ଦେଶ ଅନୁଯାୟୀ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସୂଚନା ମିଳିଛି।
