*ରକ୍ତଦାନ ଶିବିର ଆୟୋଜନ ନେଇ ସିନାପାଲି ଶିକ୍ଷା ବିଭାଗର ପ୍ରସ୍ତୁତି* ନୂଆପଡା(ମିଖାଏଲ ନନ୍ଦ)
ତା: ୧୧.୦୪.
ନୂଆପଡା ଜିଲ୍ଲା ସିନାପାଲି ଗୋଷ୍ଠୀ ଶିକ୍ଷା ବିଭାଗ ତରଫରୁ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପିଏମଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିଇଓ ଯତୀନ୍ଦ୍ର କୁମାର ସେଠଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ଚଳିତ ମାସ ୧୯ ତାରିଖ ହେବାକୁ ଥିବା ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଥିବା ବେଳେ ସ୍ୱେଚ୍ଛାସେବୀ ମାନେ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଆହ୍ବାନ କରିଥିଲେ।
ଆଗାମୀ ଦିନରେ ଶିକ୍ଷା ସମ୍ପର୍କିତ ଆଲୋଚନା ଚକ୍ର, ସୃଜନଶୀଳତାର ବୃଦ୍ଧି ପାଇଁ କବିତା ପାଠ ଭଳି ଏକାଧିକ କାର୍ଯ୍ୟକ୍ରମର ଆୟୋଜନ ସହ ଏକ ପତ୍ରିକା ପ୍ରକାଶନ କରିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା l ସେହିଭଳି ବିଦ୍ୟାଳୟ ଗୁଡିକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ କରିବାକୁ ଜିଲ୍ଲାପାଳ ଙ୍କ ଆହ୍ବାନ କୁ ଏକ ଜାଗରଣ ରେ ପରିଣତ କରି ଜିଲ୍ଲା ଏ ପ୍ରତ୍ୟେକ ପରିବାରକୁ ସାମିଲ କରିବା ପାଇଁ ଆହ୍ବାନ କରିଥିଲେ। ବୈଠକରେ ରବୀନ୍ଦ୍ରନାଥ ଯୋଷୀ, ବୈଷ୍ଣବ ମେହେର, ତରୁଣ କୁମାର ମେହେର, ବଂଶୀଧର ଜଗତ, ଭୀମସେନ ମେହେର, ଉପେନ୍ଦ୍ର ସୁନାନୀ, ଖଗେଶ୍ୱର ବାଗ, ଗୌତମ ମେହେର, ହରେକୃଷ୍ଣ ମେହେର, ପ୍ରସନ୍ନ ସାହୁ, ସାନୁର୍ଯ୍ୟ ମେହେର ପ୍ରମୁଖ ଶିକ୍ଷକ ଓ ସିଆରସିସି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଶେଷରେ ଶିକ୍ଷକ ମନୋରଞ୍ଜନ ମେହେର ଧନ୍ୟବାଦ ଦେଇଥିଲେ
